ପୋଲସରା ଏନଏସି ରେ ବିଶ୍ୱ ଶ୍ରମିକ ଦିବସ ପାଳିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ସଫେଇ କର୍ମଚାରୀମାନଙ୍କ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ମଇ ୦୧ ତାରିଖ ରବିବାର ଦିନ ପାଳନ ହୋଇଯାଇଛି । ବିଶ୍ୱ ଶ୍ରମିକ ଦିବସ ଅବସରରେ ଏକ ରାଲି ବାହାରି ସହର ପରିକ୍ରମା କରିଥିଲେ। ପୋଲସରା ଏନଏସି ସଫେଇ କର୍ମଚାରୀଙ୍କ ଦ୍ଵାରା ଏକ ସଭା ଆୟୋଜିତ ହୋଇଥିଲା । ଆୟୋଜିତ ସଭାରେ ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ସାଂସଦ ପ୍ରତିନିଧି ମୋତିରାମ ସାହୁ, ବିଧାୟକ ପ୍ରତିନିଧି ପ୍ରଫୁଲ କୁମାର ପ୍ରଧାନ ଓ କାଉନସିଲର ବୃନ୍ଦ ଏବଂ ଏନଏସି କାର୍ଯ୍ୟାଳୟ ପକ୍ଷରୁ ତେଜସ୍ୱିନୀ ନାୟକ, ଅନିତା ସାହୁ ଓ ମୁଖ୍ୟ କିରାଣୀ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ଗୋଟିଏ ଲେଖାଏଁ କିଟ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ