କୋଟିଆ ରତ୍ନ ପ୍ରାପ୍ତ ବଂଶିଧର ମହାରଣାଙ୍କ ପୁସ୍ତକ ଉନ୍ମୋଚନ
ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଓଡ଼ିଆ ଭାଷା ସାହିତ୍ୟ ଲୋକକଳା ଉପରେ ଆଧାରିତ ନାନାଦି ଲେଖା ଯୁଗଯୁଗ ଧରି ସମାଜରେ ଏକ ସକରାତ୍ମକ ପ୍ରଭାବ ପକାଇଛି ।ଯେପରି ଗଞ୍ଜାମ ମାଟିର ସୁଯୋଗ୍ୟ ସନ୍ତାନ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଅନ୍ୟତମ । ସେଭଳି ଏକବିଂଶ ଶତାବ୍ଦୀରେ ଆଧୁନିକତାର ପରିସର ମଧ୍ୟରେ ପଥଚ୍ୟୁତ ହେଉଥିବା ଯୁବସମାଜ ଓ ଜନସାଧାରଣଙ୍କ ପାଇଁ ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମ ନିବାସୀ କୋଟିଆ ରତ୍ନ ପ୍ରାପ୍ତ ବଂଶିଧର ମହାରଣାଙ୍କ ଲେଖନୀ ଏକ ନୂତନ ଦିଗଦର୍ଶନ ଦେଇଛି । ଶ୍ରୀ ମହାରଣାଙ୍କ ନାନାପ୍ରକାର ଲେଖନୀ ଶୈଳୀରେ ବହୁ କବିତା ରଚନା ହୋଇ ରାଜ୍ୟ ସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ଯାହା ନିଜ ଜନ୍ମ ମାଟିରେ ବହୁ ଉଚ୍ଚକୋଟୀର ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରି ସମାଜକୁ ନୂତନ ଦିଗଦର୍ଶନ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ସଭାପତି ଶିବନାରାୟଣ ଖଣ୍ଡୁଆଳ, ଯୁବ ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ, ସମିତିସଭ୍ୟ ସୂର୍ଯ୍ୟନାରାୟଣ ନାହାକ, ଗ୍ରାମର ବରିଷ୍ଠ ନାଗରିକ ବିଶୁ ପ୍ରଧାନ,ଉଦୟନାଥ ସ୍ବାଇଁ,ଉଦୟ ବିଶ୍ବାଳ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ।ତତ୍ ସହିତ ଶ୍ରୀ ମହାରଣାଙ୍କ ଭଳି ବର୍ତ୍ତମାନର ଯୁବସମାଜ ସାହିତ୍ୟପ୍ରତି ଆକ୍ରୁଷ୍ଟ ହେବାକୁ ଅତିଥିଗଣ ଆହ୍ବାନ କରିଥିଲେ ।ପରିଶେଷରେ ଏକ ନଗର ପରିକ୍ରମା ମାଧ୍ୟମରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


