ଜଳ ଓ ଶକ୍ତି ସଂରକ୍ଷଣ ପାଇଁ ସଚେତନ କଲେ ପ୍ଳମ୍ବର ଓ ଇଲେକ୍ଟ୍ରିକାଲ ସଂଘ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ ହିଞ୍ଜିଳିକାଟୁ ମା’ କନକଦୁର୍ଗା ପ୍ଳମ୍ବର ଓ ଇଲେକ୍ଟ୍ରିକାଲ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି । ଏହି ଅବସରରେ ରବିବାର ସ୍ଥାନୀୟ ପୈାରାଞ୍ଚଳ ହିଞ୍ଜିଳି ଦଣ୍ଡ କାଳୀ ମନ୍ଦିର ପରିସରରୁ ସଂଘ ଉପସଭାପତି ବିଚିତ୍ରାନନ୍ଦ ମୁନିଙ୍କ ତତ୍ତ୍ଵାବଧାନରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ଯୋଗଦେଇ ରାଲିକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ । ସଂଘ କର୍ମକର୍ତ୍ତା ଓ ସଭ୍ୟ ମାନେ ଜଳ ଓ ଶକ୍ତି ସଂରକ୍ଷଣ ସମ୍ପର୍କିତ ବ୍ୟାନର, ପୋଷ୍ଟର ଓ ପ୍ଳାକାର୍ଡ ଧରି ନଗର ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିଥିଲେ । ସଂଘ ସଭାପତି କଳାକାର ବେହେରା ଓ ସମ୍ପାଦନା ସିମାଞ୍ଚଳ ପଣ୍ଡାଙ୍କୁ ସଂଘ ପକ୍ଷରୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ପକ୍ଷରୁ ଏଭଳି ସଚେତନତା କାର୍ଯ୍ୟକ୍ରମକୁ ସହରବାସୀ ଭୂୟସୀ ପ୍ରଶଂସା କରିଥିଲେ । ସଂଘ ଉପଦେଷ୍ଟା ପ୍ରମୋଦ ମହାରଣା,ବୁଲୁ ସାହୁ, ଟୁଟୁ ବିଶ୍ବାସରାୟ, ଯୁଗଳ ପଣ୍ଡା, ହିମାଂଶୁ ସାବତ, କରୁଣାକର ସାହୁ, ଶିବରାମ ଡାକୁଆ, ଦୁର୍ଗାମାଧବ ଗୈାଡଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ପ୍ଳମ୍ବର ଓ ଇଲେକ୍ଟ୍ରିକାଲ ମେକାନିକ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ କୁନା ମହାପାତ୍ର, ସୁନିଲ ମହାରଣା,ମହେନ୍ଦ୍ର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।