ଶିବାନନ୍ଦ ଆଶ୍ରମରେ ବିଶ୍ୱ ଶ୍ରମିକ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ମା’ ରାମଚଣ୍ଡୀ ଉପକୂଳ ବିକାଶ ପରିଷଦ ଆନୁକୂଲ୍ୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପରିଷଦର କେନ୍ଦ୍ରାପଡା ବ୍ଲକ ମହିଳା ସଭାନେତ୍ରୀ ଗାୟତ୍ରୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଶ୍ରମର ପ୍ରତିଷ୍ଠାତା ମୁଖ୍ୟ ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ଶ୍ରମିକ ଦିବସ ଅବସରରେ ସମସ୍ତ ଶ୍ରମିକମାନଙ୍କ ମଙ୍ଗଳକାମନା କରିଥିଲେ । ଏଥିସହିତ ମହିଳା ଶସକ୍ତିକରଣ ନାମରେ ମହିଳାମାନେ ସ୍ୱେଛାଚାରୀ ନହୋଇ ସୁଗୃହିଣୀ ହୋଇ ଏକ ସୁସମାଜ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ପୈାରାଞ୍ଚଳ ମହିଳା ସଭାନେତ୍ରୀ ସ୍ନେହାଙ୍ଗୀନି ମହାରଣା, କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ସୁମିତ୍ରା ପାଢୀ, କପାଳେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ଲୋହିତ ମହାନ୍ତି, ପରିଷଦର ରାଜକନିକା ବ୍ଲକ ମହିଳା ସଭାନେତ୍ରୀ ରୀତାଞ୍ଜଳି ନାଥ, କେନ୍ଦ୍ରାପଡା ବ୍ଲକ ସଭାପତି ସୁଧାଂଶୁ ଜେନା, କେନ୍ଦ୍ରାପଡା ବ୍ଲକ କାର୍ଯ୍ୟକାରୀ ସଭାପତି ଭବାନିଶଙ୍କର ସାହୁ, ଲକ୍ଷ୍ମୀଧର ପଲେଇ, ସ୍ନେହଲତା ପ୍ରଧାନ, ମନୋରମା ଥାଟୋଇ, କମଳା ମହାନ୍ତି, ଧରିତ୍ରୀ ମହାନ୍ତି, ଉର୍ମିଳା ପରିଡା, ଶ୍ରୀଧର ମହାନ୍ତି, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ ଓ ଗବେଷକ ନିରଞ୍ଜନ ମେକାପ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ରଞ୍ଜିତାରାଣୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ