ବିଜୟ ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ନିର୍ବାଚନମଣ୍ଡଳୀର ବିଜେପି ନେତା ବିଜୟ ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ଏହି ଅବସରରେ ବିଶିଷ୍ଟ ସମବାୟବିତ ପ୍ରମୋଦ କୁମାର ସାହୁ ଶୋକବ୍ୟକ୍ତ କରି କହିଛନ୍ତି ସ୍ୱର୍ଗତ ପ୍ରଧାନ ଜଣେ ଅମାୟିକ ଓ ମିଷ୍ଟଭାସୀ ରାଜନେତା ଥିଲେ ବୋଲି କହିଛନ୍ତି । ଭୁବନେଶ୍ୱରରୁ ସ୍ୱର୍ଗତ ପ୍ରଧାନଙ୍କ ଶବାଧାର ତାଙ୍କ ଗ୍ରାମ ଅଭିମୁଖେ ଯିବା ବେଳେ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡରେ ତାଙ୍କ ମରଶରୀରରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସମାଜସେବୀ ପ୍ରଦୀପ କୁମାର ମହାନ୍ତି, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ମୁକ୍ତାର ଖାଁ, ଗୋପାଳ କୃଷ୍ଣ ଜେନା, ମହମ୍ମଦ ସଲିମ ଖାନ, ହରେକୃଷ୍ଣ କର, ଗୌରାଙ୍ଗ ଚରଣ ବେହେରା, ବିଜୟ କୁମାର ଅଗ୍ରୱାଲ, କେନ୍ଦ୍ରାପଡା ସାଂସଦଙ୍କ ମହାକାଳପଡା ପ୍ରତିନିଧି ତଥା ଗୋଗୁଆ ପଞ୍ଚାୟତର ସମିତିସଭ୍ୟ ପ୍ରତାପ ଚନ୍ଦ୍ର ଦାସ, ମୀର ମୂର୍ଶିଦ, ମମତାମୟୀ ସାମଲ,ଭୂବନମୋହନ ଜେନା, ସୁନାକର ବେହେରା ପ୍ରମୁଖ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ