ମହେନ୍ଦ୍ରତନୟା କେନାଲର ପୁନଃ ଉଦଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ କରଡ଼ାସିଂ ପଂଚାୟତର ଡମ୍ବlପୁର ଗ୍ରାମ ଠାରେ ମହେନ୍ଦ୍ରତନୟା କେନାଲର ପୁନଃ ଉଦ୍ଧାର ପରେ ମଙ୍ଗଳ ବାର ଉଦଘାଟନ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ପ୍ରଚଣ୍ଡ ଖରାରେ ପାହାଡ଼ ଚଢ଼ି  ଚାରି କିମି ଚାଲି ପ୍ରକଳ୍ପ ପୁନଃ ଉଦଘାଟନ କରିଛନ୍ତି ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ I ପ୍ରକାଶ ଯେ, ଗ୍ରାମବିକାଶ ଆନୁକୁଲ୍ୟରେ 2001 ମସିହାରେ ଡମ୍ବlପୁର ଗ୍ରାମ ଠାରେ ଅଞ୍ଚଳର ଚାଷୀ ମାନଙ୍କ ଜଳ ସେଚନ ପାଇଁ ଏକ ମହେନ୍ଦ୍ର ତନୟା ନଦୀ ରୁ ଜଳ ଆଣିବା ପାଇଁ ଏକ କେନାଲ ନିର୍ମାଣ  କରାଯାଇଥିଲା l ଯଦ୍ୱାରା ଲୋକେ ଅନେକ ଉପକୃତ ହୋଇ ଆସୁଥିଲେ  ତେବେ 2018 ମସିହାରେ ତିତିଲି ବାତ୍ୟାରେ କେନାଲ ନଷ୍ଠ ହୋଇଯାଇଥିଲା I ଯାହାଦ୍ୱାରା ଚାଷୀ କୁଳ ପାଇଁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା l ଏନେଇ ମହେନ୍ଦ୍ରତନୟା କମିଟି ପୁଣି ଗ୍ରାମବିକାଶ କୁ କେନାଲର ପୁନଃ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ l ଫଳରେ ଗ୍ରାମବିକାଶ ଲବି ଜନସନ, ଗୋଦ୍ରେଜ ଏବଂ ବୟସକୋ କମ୍ପାନୀ ଙ୍କ ଠାରୁ ୧୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଆଣି ମହେନ୍ଦ୍ରତନୟା କେନାଲର ମରାମତି ସହ ପୁନଃ ଉଦ୍ଧାର କରାଯାଇଥିଲା l ଯାହା ଫଳରେ ଡମ୍ବlପୁର, ବାଲିପୁର, ପଦ୍ମପୁର, ରତ୍ନପୁର, ନୁଆସାହି ଆଦି 17 ଟି ଗ୍ରାମର ପ୍ରାୟ 1345 ଚାଷୀ ଙ୍କ 5000 ହଜାର ହେକ୍ଟର ଜମି ଉପକୃତ ହେବ l ଏହାର ଉପର ମୁଣ୍ଡରେ ଡମ୍ବlପୁର ଠାରୁ ପ୍ରାୟ ଚାରି କିମି ପାହାଡ ଉପରେ ଗେଟ୍ ନିର୍ମାଣ ହୋଇଛି I ଉକ୍ତ କାର୍ଯ୍ୟକ୍ରମରେ ମୁମ୍ବାଇରୁ ଗୋଦ୍ରେଜ କମ୍ପାନୀର ଅଶ୍ଵିନି ଦେଶମୁଖ, ପ୍ରଫୁଲ ମୋରି, ହେମନ୍ତ କୁମାର, ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧକ୍ଷ ଜ୍ଯୋତି ପ୍ରସାଦ ପାଣି, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ସରପଞ୍ଚ ଉମାକାନ୍ତ ଭୁମଲ, ସମିତି ସଭ୍ୟା ରେଣୁବାଳା ରାଉତ, ଗ୍ରାମବିକାଶ ମ୍ୟାନେଜର ପ୍ରତାପ ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଚାଳକ ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ମହେନ୍ଦ୍ରତନୟା କମିଟିର ବୈଷ୍ଠମ୍ବ ଗମାଙ୍ଗ ପରିଚାଳନା କରିଥିବା ବେଳେ କମିଟି ସଦସ୍ୟ ରାମଚନ୍ଦ୍ର ଶବର, କୈଳାସ ଚନ୍ଦ୍ର ଚୌଧୁରୀ, ଗ୍ରାମବିକାଶର ନାରାୟଣ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ