ସରକାର ଙ୍କ ନୀୟମ ମାନୁନାହାନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ବିଳମ୍ବ ରେ ଖୋଲୁଛି ବିଦ୍ୟାଳୟ

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ପ୍ରଚଣ୍ଡ ଖରା କୁ ଆଖି ଆଗରେ ରଖି କିଛିଦିନ ବିଦ୍ୟାଳୟ ଛୁଟି ଘୁଷଣା କରିଥିଲେ କିନ୍ତୁ ପୁ ଣି ମେ ମାସ ଦୁଇ ତାରିଖରେ ସକାଳ ୬ ରୁ ୯ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ନିଦେଶ ହୋଇଛି I ସରକାର ଙ୍କ ପକ୍ଷରୁ ହେଲେ ସେଇ ନିୟମ କୁ ମାନୁନାହାନ୍ତି ଗଜପତି ଜିଲ୍ଲା ର ମୋହନା ବ୍ଲକ ର ଅନେକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତିନି ତାରିଖ ଛୁଟି ରହିଥିବା ବେଳେ ବିଦ୍ୟାଳୟ ୪ ତାରିଖ ବିଦ୍ୟାଳୟ ଖୁଲିଥିବା ବେଳେ ଚାପଡ଼ପଙ୍କା ବିଦ୍ୟାଳୟ ଖୁଲି ଥିଲା ୬,୨୦ ମିନଟ ରେ ସେଇ ପରି ଆଡାପଙ୍କ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା ଅଧଘଣ୍ଟା ବିଳମ୍ବ ରେ ତାହା ମଧ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିବା ବେଳେ ପ୍ରଧାନ  ଶିକ୍ଷୟିତ୍ରୀ ବିଳମ୍ବ ରେ ବିଦ୍ୟାଳୟ କୁ ପ୍ରବେଶ କରିଥିଲେ I ଏପରି କି ବିଦ୍ୟାଳୟ ରେ ଗୋଟିଏ ଦିନ ଛୁଟି ରହିଥିବା ବେଳେ କାର୍ଯ୍ୟାଳୟ ର ଫଙ୍କା ଚାଲିଥିଲା ଏହି ବିଷୟ ରେ ପ୍ରଧାନ  ଶିକ୍ଷୟିତ୍ରୀ ରଞ୍ଜନା କୁମାରୀ ନାୟକ କହିଛନ୍ତି I ଗତ କାଲି ଛୁଟି ଥିଲା ତେଣୁ ଆଜି ଆସିବା ବେଳେ ବିଳମ୍ବ ହେଉଛି ଫଙ୍କା ଟି ମଧ୍ୟ ଅଜାଣତରେ ଲାଗି ଯାଇଛି ଅନ୍ୟ ପଟେ ରମେଶ ଗ୍ରାମ ରେ ଥିବା ବିଦ୍ୟାଳୟ ରେ ମଧ୍ୟ ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଦୁଇ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମଧ୍ୟ ଉପସ୍ଥିତ ନଥିଲେ I ରାପେଟି ଗ୍ରାମ ର ବିଦ୍ୟାଳୟ ପୁରା ବନ୍ଦ ରହିଥିଲା ପିଲା ଙ୍କୁ କୁହାଯାଇଛି I ବିଦ୍ୟାଳୟ ବୁଧୁବାର ଦିନ ଛୁଟି ବୋଲି ଅନ୍ୟପଟେ ଡେଙ୍ଗିଲି ଗ୍ରାମ ରେ ରହିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଦୁଇ ଶିକ୍ଷକ ଉପସ୍ଥିତ ନଥିଲେ I ସେଇ ଭଳି ଗୁଲୁବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ସଂଖ୍ୟା ୧୧ଜଣ ରହିଥିବା ବେଳେ ମାତ୍ର ତିନି ଜଣ ଶିକ୍ଷକ ଉପସ୍ଥିତ ରହିଥିବା ଦେଖିବା କୁ ମେଳିଛି ପୁଞ୍ଜାସର୍ଗି ବିଦ୍ୟାଳୟ ମଧ୍ୟ ବିଳମ୍ବ ରେ ଖୋଲିଥିବା ବେଳେ ପ୍ରଧାନ ଶିକ୍ଷକ ଜଣେ ହିଁ ଉପସ୍ଥିତ ରହିଥିଲେ I ଅନ୍ୟ ମାନେ ବିଳମ୍ବ ରେ ପହଞ୍ଚି ଥିଲେ ୬ଟା ରେ ଖୁଲିବା ଜାଗାରେ ଏଭଳି ବିଳମ୍ବ ରେ ବିଦ୍ୟାଳୟ ଖୁଲା ଗଲେ ଦୁଇ ଘଣ୍ଟା ରେ ପିଲା କୋଣ ପାଠ ପଢିବେ ତାହା ପ୍ରଶ୍ନ ସୃଷ୍ଟି କରିଛି ବୁଦ୍ଧିଜୀବୀ ମୋହଲ ରେ ଏହି ବିଷୟରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି I ତୁରନ୍ତ ପରିଦର୍ଶନ କରି ବିଦ୍ୟାଳୟ ଗୁଡ଼ିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ