ସାରସ୍ୱତ କବି ସଞ୍ଜୟଙ୍କୁ ସମ୍ବର୍ଦ୍ଧନା

କଟକ, (ଯୁଗାବ୍ଦ ନ୍ୟୁଜ) :-ପୁଣ୍ୟତୋୟା ଦେବୀ ସାହିତ୍ୟ ସଂସଦ ପକ୍ଷରୁ “ବୋଉ” ପତ୍ରିକାର ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀଙ୍କୁ ‘କବି ସୌରଭ’ ସମ୍ମାନ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ବାଉରୀବନ୍ଧୁ ଲେଙ୍କା, ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ, ଦୁର୍ଯ୍ୟୋଧନ କାଠୁଆ, ବିରଞ୍ଚି ମଲ୍ଲିକ ଯୋଗଦେଇ ରାଷ୍ଟ୍ରର ବିକାଶରେ ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ କବି, ସାରସ୍ୱତ ପ୍ରତିଭାମାନେ ଉପସ୍ଥିତ ରହି ସ୍ୱରଚିତ କବିତା ପାଠ କରିଥିଲେ । ଦିଲ୍ଲୀପ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ତୀର୍ଥ ସାରଥୀ କାଠୁଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ