ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁରୁ ଉତ୍ତେଜନା  : ରାସ୍ତାରୋକ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ କଉଡ଼ିଆ ଛକ ଠାରେ ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ଘଟଣାସ୍ଥଳ ରେ ମୃତ୍ୟୁ ଘଟିବା ସହ ଦୁର୍ଘଟଣାସ୍ଥଳ ରେ ଚାପା ଉତ୍ତେଜନା ସୃଷ୍ଟି ହେବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଅପରାହ୍ନ ପ୍ରାୟ ୪ ଘଣ୍ଟ ସମୟରେ କଉଡ଼ିଆ ଗ୍ରାମର ବୃନ୍ଦାବନ ପ୍ରଧାନ( ୭୬)ଚାହା ପିଇବା ପାଇଁ ଗ୍ରାମ ଛକ କୁ ଯାଇ ଫେରୁଥିବା ବେଳେ ଛକ ରାସ୍ତା ପାର ସମୟରେ ଦୁଇଜଣ ଯୁବକ ବସିଥିବା ବାଇକ୍ ଦୃତ ଗତିରେ ଆସି ବୃନ୍ଦାବନ ଙ୍କୁ ଧକ୍କା ଦେବା ସହ ବାଇକ୍ ଆରୋହୀ ଓ ବସିଥିବା ଯୁବକ ରାସ୍ତା ରେ ଛିଟିକି ପଡ଼ି ଆହତ ହୋଇଥିଲେ । ଘଟଣା ସ୍ଥଳ ରେ ହିଁ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ଜାଣି ଦୁର୍ଘଟଣା ଘଟାଇଥିବା ବାଇଶିପଳ ଗ୍ରାମର ଦୁଇ ଯୁବକ ଙ୍କୁ ଉତ୍ୟକ୍ତ ଗ୍ରାମବାସୀ ଏକ ଘରେ ଅଟକ ରଖିଥିଲେ । ମୃତକଙ୍କୁ କ୍ଷତିପୂରଣ ସହାୟତା ଦାବୀରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ପହଞ୍ଚି ଘଟଣା ର ତଦନ୍ତ ଓ ଗ୍ରାମବାସୀ ଓ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ପୋଲିସ ପକ୍ଷରୁ ବୃଦ୍ଧଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଥିବା ବେଳେ ଆହତ ବାଇକ୍ ଆରୋହୀ ସମେତ ଦୁଇ ଯୁବକଙ୍କୁ ଚିକିତ୍ସା ପାଇଁ ଆଡପଡ଼ା ମେଡିକାଲ ପଠାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ