ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ : ଗଣମାଧ୍ୟମକୁ ଅଣଦେଖା
ମୋହନା, (ଅଂଶୁମାନ ପଣ୍ଡା) :-ଦକ୍ଷିଣ ଅଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝାଡ଼ କ୍ରମଶଃ ଅବପାତର ରୂପ ନେବା ସହ ଏହା ବାତ୍ୟାରେ ପରିଣତ ହେବ ବୋଲି ଆଇଏମଡ଼ି ପକ୍ଷରୁ ସୂଚନା ଦେବା ପରେ ଗଜପତି ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ବାତ୍ୟା ମୁକାବିଲା ପାଇଁ ସମସ୍ତ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ମୋହନା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସଭା କକ୍ଷରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗ ଅଧିକାରୀମାନେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ଜିଲ୍ଲା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।। କିନ୍ତୁ ଦୁଃଖ ପରିତାପର ବିଷୟ ଯେ, ବାତ୍ୟା ମୁକାବିଲା ଦିଗରେ ସଦା ସର୍ବଦା ଗଣମାଧ୍ୟମ ପ୍ରତିନିଧିମାନେ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ନିକଟରେ ସଠିକ ଖବର ପହଞ୍ଚାଇ ଆସୁଥିବା ବେକେ ବ୍ଲକ ପ୍ରଶାସିନ ଅଧିକାରୀ କିଭଳି ଗଣମାଧ୍ୟମ ସମ୍ବାଦଦାତାମାନଙ୍କୁ ଅଣଦେଖା ସହ ବିନା ସୂଚନାରେ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକ ଆୟୋଜନ କଲେ, ତାହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ଅତୀତରେ ମୋହନା ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେବା ଓ ସମସ୍ତ କ୍ଷେତ୍ରରେ ସହଯୋଗ କରିଆସୁଥିବା ବେଳେ ବର୍ତ୍ତମାନ ଦାୟିତ୍ୱରେ ଥିବା ବିଡ଼ିଓ ମହୋଦୟା ସମସ୍ତ କ୍ଷେତ୍ରରେ ଗଣମାଧ୍ୟମ ମାନଙ୍କୁ ଅଣଦେଖା କରିବା ସହ କୋଣସି କ୍ଷେତ୍ରରେ ଜରୁରୀ କାଳୀନ ସୂଚନା ପାଇଁ ଫୋନ କଲେ, ମହୋଦୟା ସୂଚନା ଦେବାରର ଦୂରର କଥା ଫୋନ ରେସପଣ୍ଡ କରୁନାହାନ୍ତି । ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯଦି ବ୍ଲକ ପ୍ରଶାସନ ପକ୍ଷରୁ ବାତ୍ୟା ସମ୍ପର୍କିତ ସୂଚନା ଯୋଗାଇ ଦିଆ ନ ଯାଏ, ତେବେ ଖବର ପ୍ରସାରଣ କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହେବେ । ତେଣୁ ଏ ଦିଗରେ ପ୍ରଶାସାନିକ ଅଧିକାରୀ ଗୁରୁତ୍ୱ ଦେବେ ଆବଶ୍ୟକ । ଅନ୍ୟ ପଟେ ନିକଟତମ ବ୍ଲକ ଆର ଉଦୟଗିରି ବ୍ଲକ ପରିଶ୍ୱର ରେ ସମ୍ବାବୀୟ ବତୀୟ କୁ ନେଇ ବ୍ଲକ ପରିଶ୍ୱର ସଭା ଗୃହରେ ବୈଠକ ଅନୁଷ୍ଠିତ ହୋଇଥିଲା ସେଠି ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଇଥିଲେ ବିଡ଼ିଓ ପ୍ରଦୀପ କୁମାର ନାୟକ ଆଉ ଉପସ୍ଥିତ ରହିଥିଲେ ସମସ୍ତ ଅଧିକାରୀ ଓ ଜନ ପ୍ରତିନିଧି ମାନେ ହେଲେ ମୋହନା ବିଡ଼ିଓ କିପରି ମୋହନା ବ୍ଲକ ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଣଦେଖା କଲେ ତାହା ସାମ୍ବାଦିକ ମୋହଲ ରେ ନିନ୍ଦା କରାଯାଇଛି I