ବନ୍ଧୁ ମିଳନ ଓ ମୋ ସ୍କୁଲ୍ କାର୍ଯ୍ୟକ୍ରମ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠ ପଞ୍ଚାୟତ ସମିତି ଅନ୍ତର୍ଗତ ଗାଙ୍ଗପୁର ଗ୍ରାମପଞ୍ଚାୟତର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୦୨ ଓ ୨୦୦୫ ବ୍ୟାଚ୍ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ମୋ ସ୍କୁଲ୍ କାର୍ୟ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ପୂର୍ବତନ ଛାତ୍ର ଶିବ ପ୍ରସାଦ ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଆଲୋଚନାରେ ଶିକ୍ଷକ ଆଶୁତୋଷ ସ୍ଵାଇଁ, ପବିତ୍ର ବିଷୋୟୀ ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଦ୍ଵିତୀୟାର୍ଦ୍ଧରେ ଛାତ୍ରଛାତ୍ରଛାତ୍ରୀମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏବଂ ପୁରାତନ ଛାତ୍ର ସଂସଦ ଗଠନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିବ ପ୍ରସାଦ ପାତ୍ର , ସୁନିତା କୁମାରୀ ସାହୁ , ଶିଶିର କୁମାର ସ୍ଵାଇଁ , କରୁଣାକର ବିଷୋୟୀ , କୃଷ୍ଣଚନ୍ଦ୍ର ବିଷୋୟୀ , ବୁଲୁ ବିଷୋୟୀ, ଅମୀର ଗୌଡ, ଜିତେନ୍ଦ୍ର ସ୍ଵାଇଁ, ଗୋବିନ୍ଦା ପାତ୍ର, ନାରାୟଣ ବେହେରା, ସୁଲୋଚନା ନାୟକ, ରଶ୍ମିତା ପ୍ରଧାନ, ସ୍ଵର୍ଣ୍ଣଲତା ନାୟକ, ରଜନୀକାନ୍ତ ମଲ୍ଲିକ ପ୍ରଭୃତି ଯୋଗ ଦେଇ ଏହିଭଳି ଏକ କାର୍ଯ୍ୟକ୍ରମର ଗୁରୁତ୍ଵ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର କର୍ମଚାରୀ ଭିକାରି ଚରଣ ସ୍ଵାଇଁ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଏବଂ ଶ୍ରୀନିବାସ ବିଷୋୟୀ ସହଯୋଗ କରିଥିଲେ । ପରିଶେଷରେ ଛାତ୍ର ଶିଶିର କୁମାର ସ୍ଵାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ।


