ନୃସିଂହନାଥ ମଠରେ ଭାଗବତ ପାରାୟଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣସାହି ଠାରେ ଥିବା ସାନରାଧାକାନ୍ତ ମଠ (ନୃସିଂହନାଥ ମଠ)ରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମଠ ସୂତ୍ରରୁ ପ୍ରକାଶ । ମହନ୍ତ ଶ୍ରୀ ନରୋତ୍ତମ ଦାସଜୀ ମହାରାଜଙ୍କ ୫ମ ବାର୍ଷିକ ସ୍ମରଣ ବ୍ରଜପ୍ରାପ୍ତି ମହୋତ୍ସ ଅବସରରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଚାଲୁଅଛି । ଏଥି ଲାଗି କଳସଯାତ୍ରା ଆଦି ଅନୁଷ୍ଠିତ ହୋଇଥିବା ବେଳେ ଗଂଜାମ ଜିଲ୍ଲାର କୁମରଡା ରାଧାକୃଷ୍ଣ ମନ୍ଦିରର ମହନ୍ତ ସନ୍ଥ ଚରଣ ଦାସଜୀ ମହାରାଜ ଭାଗବତ ପାରାୟଣ କରିଥିଲେ । ଜଗନ୍ନାଥଧାମର ପଣ୍ଡିତ ମହନ୍ତ ଶ୍ରୀ ଛନ୍ଦା ଚରଣ ଦାସଜୀ ମହାରାଜ ପ୍ରବଚନ ଦେଇଥିଲେ । ଏହି ଭାଗବତ ପାରାୟଣରେ ଶୁକଦେବ ଆଗମନ, ୧୦ ଅବତାର ବର୍ଣ୍ଣନା, ଧ୍ରୁବଙ୍କ ଚରିତ୍ର, ପ୍ରଭଞ୍ଜନ ଉପାଖ୍ୟାନ, କପିଳ ଭଗବାନଙ୍କ ଅବତାର, ପୁରଞ୍ଜନ ଉପାଖ୍ୟାନ, ଅଜାମିଳ ଉପଖ୍ୟାନ, ଭକ୍ତ ପ୍ରହ୍ଲାଦଙ୍କ ଚରିତ୍ର, ଗଜଧାରଣ, ବାମନ ଅବତାର ଲୀଳା, ସମୁଦ୍ର ମନ୍ଥନ ଲୀଳା, ଦଶମ ସ୍କନ୍ଧ, ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, ନନ୍ଦୋତ୍ସବ, ଗିରି ଗୋବର୍ଦ୍ଧନ ପୂଜା. ରୁକୁଣୀ ବିବାହ, ମଥୁରା ଗମନ, ଦ୍ୱିକା ଲୀଳା, ଭକ୍ତ ଉଦ୍ଧବଙ୍କୁ ଉପଦେଶ, ହିଂସା ଉପାଖ୍ୟାନ, ଦ୍ୱାଦଶ ସ୍କନ୍ଦର ସଂଚିତ ବିବରଣୀ ଆଦି ବିଷୟ ସ୍ଥାନ ପାଇଛି । ଏହି ମହୋତ୍ସବରେ ଶ୍ରୀଧାମ ବୃନ୍ଦାବନ ଧାମରୁ ଶ୍ରୀ ମହନ୍ତ ସତ୍ୟ ହରିଣ ଦାସ ମହାରାଜ, ମହନ୍ତ ଶ୍ରୀ କୃଷ୍ଣ ଚୈତନ୍ୟ ଦାସଜୀ ମହାରାଜ, ପୁରୀଧାମରୁ ମହନ୍ତ ଶ୍ରୀ ସନାତନ ଦାସଜୀ ମହାରାଜ, ପାରଳାଖେମୁଣ୍ଡି ଦେବୀମଠ ମହନ୍ତ ଶ୍ର ସୀତାରାମ ଦାସଜୀ ମହାରାଜ ପ୍ରମୁଖ ଆସି ଯୋଗ ଦେଇଛନ୍ତି । ଏହି ମହୋତ୍ସବ କାର୍ଯ୍ୟକ୍ରମକୁ ମଠର ମହନ୍ତ ଶ୍ରୀ ମହନ୍ତ ମଦନ ଗୋପାଳ ଦାସଜୀ ମହାରାଜ ଏବଂ ବାବା ମଧୂସୁଦନ ଦାସ ପ୍ରମୁଖ ପରିଚାଳନା କରୁଛନ୍ତି । ଏହି ମହୋତ୍ସବରେ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଭଜନ ସଂକୀର୍ତ୍ତନ ଗୁରୁ ରମେଶ ଚନ୍ଦ୍ର ପଟ୍ଟନାୟକ, ବୀର କିଶୋର ପଟ୍ଟନାୟକ, ରବିନାରାୟଣ ଚୌଧୁରୀ, ଜସମିନ ଗମାଙ୍ଗ ପ୍ରମୁଖହ୍‌କ ଦ୍ୱାରା ସଂଗୀତ ପରିବେଷଣ କରୁଛନ୍ତି । ଶେଷରେ ଭକ୍ତ ବୃନ୍ଦମାନଙ୍କୁ ମିଷ୍ଠାନ୍ନ, ଫଳ, ପ୍ରସାଦ ଆଦି ବଣ୍ଟନ କରାଯାଇଛି । ଏହି ପାରାୟଣରେ ପାରଳାର ବହୁତ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ