ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲାପ୍ରଶାସନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାର ମାନଙ୍କୁ ନେଇ ବାତ୍ୟା ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ସହିତ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ବିଦ୍ୟୁତ ସରବରାହ ଯେଭଳି ବିଚ୍ଛିନ୍ନ ନ ହେବ ସେଥିପ୍ରତି ଧ୍ୟାନ ଦେବା ସହ ସଜାଗ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ସମସ୍ତ ବିଡିଓ ଏବଂ ତହସିଲଦାର ଜନ ପ୍ରତିନିଧିଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି । ସେଭଳି ଅଗ୍ନିଶ୍ରମ ବିଭାଗକୁ ବାତ୍ୟାର ମୁକାବିଲା ପାଇଁ ସଜାଗ ରହିବା ସହ ସେମାନଙ୍କ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରକୂଳିଆ ଓ ତଳିଆ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କିଭଳି ସୁରୁଖୁରରେ ସ୍ଥାନାନ୍ତର କରାଯୀବ ଏବଂ ଜିରୋ କାଜୁଆଲଟି ରହିବ ସେଥିପ୍ରତି ସମସ୍ତେ ସଚେତନ ରହିବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । ବର୍ତ୍ତମାନ ସୁଦ୍ଧା ବାତ୍ୟାର କୈାଣସି ସ୍ଥିତି ସଠିକ୍ ଭାବେ ଜଣାପଡି ନାହିଁ । ଏଣୁ ଭୟଭିତ ହେବାର ଆବଶ୍ୟକତ ନାହିଁ । ପାଣିପାଗ ପକ୍ଷରୁ ଲଗାତାର ସୂଚନା ମିଳୁଛି ଆବଶ୍ୟକ ପଡିଲେ ସମସ୍ତ ପ୍ରକାର ମୁକାବିଲା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ସଜାଗ ହୋଇ ରହିଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ବାତ୍ୟା ପ୍ରଭାବ କମ୍ ରହିବ ବୋଲି ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଉଛି । ଜିଲ୍ଲାରେ ରହିଥିବା ବାତ୍ୟା / ବନ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତି କରି ରଖାଯାଇଛି । ସେଠାରେ ସମସ୍ତ ପ୍ରକାର ଆବଶ୍ୟକୀୟ ସାମଗ୍ରୀ ଗୁଡିକ ଯୋଗାଇ ଦିଆଯାଇଛି । ସୂଚନା ଥାଉ କି, ଗଞ୍ଜାମ ଜିଲ୍ଲାରେ ମୋଟ ୧୦୪ ଟି ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ୩୩ ଟି ବନ୍ୟା ଆଶ୍ରୟସ୍ଥଳୀ ଓ ୭୧ ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ତେବେ ସେଗୁଡିକୁ ସମସ୍ତ ଅଧିକାରୀ ମାନେ ପରିଦର୍ଶନ କରି ସ୍ଥିତି ଯାଂଚ କରିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତଳିଆ ଅଂଚଳ ଓ ସମୁଦ୍ର କୂଳିଆ ଅଂଚଳକୁ ପ୍ରାଥମିକତା ଦିଆଯାଇଛି । ଉକ୍ତ ଅଂଚଳ ମାନଙ୍କରେ ବାସ କରୁଥିବା ଲୋକ ମାନେ ଭୟଭୀତ ନ ହୋଇ ସଜାଗ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ସମୟରେ ସୂଚନା ଆସିଲେ ସଠିକ୍ ସମୟରେ ସଠିକ ସୂଚନା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସୂଚନା ଦେଇଛନ୍ତି । ବାତ୍ୟା ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ ତାକୁ ନେଇ କାର୍ଯ୍ୟ କରାଯିବ । ସେମାନଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯିବ ସେ ନେଇ ମଧ୍ୟ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଛି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ