ବିଶ୍ୱ ରେଡ଼କ୍ରସ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ମଇ ୦୮ ତାରିଖ ହେଉଛି ବିଶ୍ୱ ରେଡକ୍ରସ ଦିବସ। ଏହି ଦିବସ ଉପଲକ୍ଷେ ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମର ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ରେଡକ୍ରସ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଓ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ କଲେଜ ପରିଚାଳନା ପରିଷଦ ସଭାପତି ମୁରଲୀଧର ନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଯାଜ୍ଞସେନୀ ସାହୁ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ରେଡକ୍ରସ ସଂଯୋଜକ ଅଧ୍ୟାପକ ତ୍ରିଲୋଚନ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅତିଥି ବୃନ୍ଦ ରେଡକ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଟ ଙ୍କ ସେବା ମନୋବୃତ୍ତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମାନବ ସେବା ହିଁ ମାଧବ ସେବା ବୋଲି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବିଧାୟକ ଙ୍କ ସମେତ ଅତିଥି ବୃନ୍ଦ ବୃକ୍ଷ ରୋପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ