ଦୁଇ ଗ୍ୟାସ ଗୋଦାମ ବିନା ଅଗ୍ନିଶ୍ରମ ଲାଇସେନ୍ସରେ ଚାଲୁଛି

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଅଗ୍ନିଶ୍ରମ ବିଭାଗ ପକ୍ଷରୁ ତିନି ଦିନ ତଳେ ବିଭିନ୍ନ ପେଟ୍ରୋଲ ପମ୍ପ, ମଲ୍‌, ଗ୍ୟାସ ଗୋଦାମ ଆଦି ଅଗ୍ନି ନିରାପତା ଯାଂଚ ହୋଇଥିଲା । ଏହି ସବୁ ଗୁଡିକରେ ଅଗ୍ନି ସୁରକ୍ଷା ଠିକ ଅଛିକି ନାହିଁ ଏକ ଲାଇସେନ୍ସ ଅଛକି ନାହିଁ ତାର ତଦାରଖ କରିଥିଲେ । କିନ୍ତୁ ସହରରେ ଥିବା ଦୁଇଟି ଗ୍ୟାସ ଗୋଦାମ ବିନା ଅଗ୍ନିଶ୍ରମ ଲାଇସେନ୍ସରେ ଚାଲୁଥିବା ଯାଂଚ ବେଳେ ଜଣାପଡିଥିବା ଜଣପଡିଛି । ସେଗୁଡିକ ହେଲା ଏଚପି ଗ୍ୟାସ ଗୋଦାମ ଓ ମା ଆଦିଶକ୍ତି ଫିଲିଂ ଷ୍ଟେସନ ବିପିସିଏଲ । ଏହି ଦୁଇଟି ହାଇରିସ୍କ ୟୁନିଟ । ତୁରନ୍ତ ସୁରକ୍ଷା ବ୍ୟବସ୍ଥା ପାଳନ କରିବା ସହ ଅଗ୍ନିଶ୍ରମ ଲାଇସେନ୍ସ ନେବାକୁ ଆସିଷ୍ଟାଣ୍ଡ ଫାୟର ଅଫସିର ବିଶ୍ୱନାଥ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ