ସାପ କାମୁଡାରେ ଜଣେ ମୃତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସାପ କାମୁଡାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ କୁମାରପୁର ଗ୍ରାମର ଭ୍ରମର ବେହେରାଙ୍କ ସ୍ତ୍ରୀ ସୁକୁମାରୀ ବେହେରା (୫୫) । ସୂଚନା ମୁତାବକ ସୁକୁମାରୀ ସୋମବାର ସକାଳୁ ପୋଖରୀକୁ ନିତ୍ୟକର୍ମ ସାରିବାକୁ ଯାଇଥିବା ବେଳେ କୌଣସି କାରଣରୁ ଏକ ବିଶାକ୍ତ ସାପ ତାଙ୍କୁ ଦଂଶନ କରିଥିଲା । ଫଳରେ ସେ ଗୁତୁତର ଅବସ୍ଥାରେ ତଳେ ପଡିଯାଇଥିଲେ । ପରେ ତାଙ୍କ ପରିବାର ବର୍ଗ ଏବଂ ସ୍ଥାନୀୟ ବାସିନ୍ଦା ମାନେ ତାଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାର ଖବର ପାଇ ଛତ୍ରପୁର ଥାନାର ସବ ଇନସିପେକ୍ଟର ସିଲୁ ଧଳ ଉପଖଣ୍ଡ ଚିକିତ୍ସାଳୟରେ ପହଂଚି ଶବ ଜବତ କରିବା ସହ ଛତ୍ରପୁର ଥାନାରେ ୧୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।


