ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲୋଗୋ ଉନ୍ମୋଚିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଳକ ଅନ୍ତର୍ଗତ ଗୋଳାବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଲୋଗୋ ଉନ୍ମୋଚନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଏଲିମେଣ୍ଟାରୀ ବିଭାଗର ବିଦ୍ୟାଳୟ ଗୁଡିକରେ ସମଗ୍ର ଶିକ୍ଷାର ଲୋଗୋ ଅଙ୍କନ କରି ଉନ୍ମୋଚନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ନିର୍ଦ୍ଦେଶ କ୍ରମେ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ ଓ ଏସଏମସି ସଭାପତି ନଗେନ୍ଦ୍ର ଜେନା ଲୋଗୋ ଉନ୍ମୋଚନ କରିଥିଲେ। ଏହି କର୍ଯ୍ୟକ୍ରମ ରେ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଭାକର ଦାଶ, ସୁଶାନ୍ତ କୁମାର ସେଠୀ ଓ ଅମୀୟ କୁମାର ସ୍ୱାଇଁ ଏବଂ ସହକାରୀ ଶିକ୍ଷୟିତ୍ରୀ ମିନତୀ ସେଠୀ, ଗୀତାଞ୍ଜଳୀ ପାତ୍ର ଓ ପ୍ରଜ୍ଞା ପ୍ରିୟଦର୍ଶନୀ ସଂଗ୍ରାମସିଂ ଯୋଗ ଦେଇଥିଲେ। ଏହି ଅବସରରେ ଅଭିଭାବକ ତଥା ଗ୍ରାମବାସୀ ବୃନ୍ଦଙ୍କୁ ସର୍ବଶିକ୍ଷା ଅଭିଯାନର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ