ବାଲି ବୋଝେଇ ଟ୍ରକ ଧକ୍କାରେ ମହିଳା ଗୁରୁତର

ହିଞ୍ଜିଳିକାଟୁ, (ପଦ୍ମିନି ସାହୁ) :-ହିଞ୍ଜିଳି ଥାନା ଶିକିରି ଗ୍ରାମ ମଧ୍ୟ ଦେଇ ଯାଇଥିବା ୩୬ ନଂ ରାଜ୍ୟ ରାଜପଥରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ମଙ୍ଗଳବାର ଏକ ବାଲି ବୋଝେଇ ଟ୍ରକ ଧକ୍କାରେ ବ୍ୟାଙ୍କକୁ ଆସିଥିବା ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି।ଗୁରୁତର ଆହତ ମହିଳା ଜଣକ ହେଲେ ପୁରୁଷୋତ୍ତମପୁର ଥାନା ତଥା ହିଞ୍ଜିଳି ବ୍ଲକ ନନ୍ଦିକ ଗ୍ରାମର ପଙ୍କଜ ବିଶ୍ୱାଳ(୫୫)।ମିଳିଥିବା ସୂଚନା ପ୍ରକାରେ ଅଭି ବିଶ୍ବାଳଙ୍କ ପତ୍ନୀ ପଙ୍କଜ ବ୍ୟାଙ୍କକୁ ଯିବା ପାଇଁ ରାସ୍ତା ଅତିକ୍ରମ କରୁଥିବା  ହିଞ୍ଜିଳିକାଟୁ ଠାରୁ ତାରାତାରିଣୀ ଅଭିମୁଖେ ଯାଉଥିବା ବାଲି ବୋଝେଇ ଟ୍ରକ (ଓଆର୧୬ଡି୨୫୭୦) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ପଙ୍କଜ ଗୁରୁତର ଆହତ ହୋଇଥିଲେ।ଉପସ୍ଥିତ ଗ୍ରାମବାସୀ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।ବାଲି ବୋଝେଇ ଟ୍ରକ ଧକ୍କାରେ ପଙ୍କଜଙ୍କ ଗୋଡ଼ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରିଛି । ଦୂର୍ଘଟଣା ପରେ ଘଟଣା ସ୍ଥଳରୁ ଗାଡି ଚାଳକ ଫେରାର ହୋଇଯାଇଥିବା ଥାନା ସୁତ୍ରରୁ ପ୍ରକାଶ । ପ୍ରକାଶ ଥାଉକି, ସିକିରି ମୁଖ୍ୟ ବଜାର  ସ୍ଥଳରେ ୨ ଟି ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଥିବା ବେଳେ ରାସ୍ତା ଉପରେ ଯାତ୍ରୀବାହୀ ଅଟୋ ଗୁଡିକ ରାସ୍ତା ଅବରୋଧ କରୁଥିବା ଅଭିଯୋଗ ହୋଇଛି। ଦୈନିକ ବିଭିନ୍ନ କାର୍ଯ୍ୟ ଉପଲକ୍ଷେ ବ୍ୟାଙ୍କ ସମ୍ମୁଖରେ ଶହ ଶହ ଲୋକଙ୍କ ଭିଡ ଜମୁଥିବା ବେଳେ ରାସ୍ତା ସଙ୍କୁଚିତ ହେବା ନିତିଦିନିଆ ଘଟଣା ପାଲ ଟିଛି।ଫଳରେ ଦୁର୍ଘଟଣା ଘଟି ବହୁ ଜନ ଜୀବନ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।ଏହି ସମସ୍ୟା ଉପରେ  ବିଭିନ୍ନ ମହଲରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ