ସଡକ ଦୁର୍ଘଟଣା ନେଇ ଅନଲାଇନ ମାଧ୍ୟମରେ ସୂଚନା ଦେବା ପାଇଁ ଉପଖଣ୍ଡ ଚିକିତ୍ସାଳୟର କର୍ମଚାରୀଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଦିନକୁ ଦିନ ସଡକ ଦୁର୍ଘଟଣା ରେ ମୃତ୍ୟୁ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏକ ଇଣ୍ଟିଗ୍ରେଗେଟ ରୋଡ୍ ଆକ୍ସିଡେଣ୍ଟ ଡାଟାବେସ୍ ପ୍ରସ୍ତୁତ କରାଯାଇଛି । ଏହି ଡାଟାବେସ୍ ମାଧ୍ୟମରେ ସଡକ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଓ ଆହାତ ହୋଇଥିବା ବ୍ୟକ୍ତିଙ୍କ ସମ୍ପୁର୍ଣ୍ଣ ତଥ୍ୟ ଓ ଗାଡିର ବିବରଣୀ ଅନଲାଇନ ମାଧ୍ୟମରେ ସହଜରେ ସରକାରଙ୍କ ପାଖକୁ ପଠାଯାଇପାରିବ । ଏହି ପରିପ୍ରେକ୍ଷୀରେ ବୁଧବାର ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରୋଲ ଆଉଟ ମ୍ୟାନେଜର ଗୁରୁ ପ୍ରସାଦ ମହାପାତ୍ର ଯୋଗ ଦେଇ ଦୁର୍ଘଟଣାରେ ଆହାତ ହୋଇ ଚିକିତ୍ସାଳୟକୁ ଆସିଥିବା ରୋଗୀଙ୍କ ସମସ୍ତ ତଥ୍ୟ କୁ କିପରି ସହଜରେ ଅନଲାଇନ ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରାଯାଇପାରିବ ସେନେଇ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟର ଆସିଷ୍ଟାଣ୍ଟ ମେଟ୍ରୋନ ଗୀତାଞ୍ଜଳୀ ବେହେରା, ନର୍ସି ଅଫିସର ଜାନକୀ ଦାସ, ନର୍ସି ଅଫିସର ସୁମୀତା ନାୟକ, ଦୁର୍ଗା ମାଧବ ଡାକୁଆ, ହଷ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ବିଡିଏମ ଗତିକୃଷ୍ଣ ପଣ୍ଡା, ହେଲ୍ପ ଡେସ୍କ ମ୍ୟାନେଜର ଜିତେନ୍ଦ୍ର ପ୍ରସାଦ ମହାପାତ୍ର, ହେଲ୍ପଡେସ୍କ ସ୍ୱେଚ୍ଛାସେବୀ ରଶ୍ମିତା ସାହୁ, ସୁରେଶ କୁମାର ଜେନା ଓ ଦଣ୍ଡୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ତାଲିମ ନେଇଥିଲେ ।


