ତିନି ଦିନିଆ ମାତୃସ୍ୱାସ୍ଥ୍ୟ ସଚେତନତା ଶିବିର ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା) :ବିଶ୍ୱ ମାତୃ ଦିବସ ଅବସରରେ ‘ବେଦିକ ନ୍ୟୁଟ୍ରି ହାଉସ’ ପକ୍ଷରୁ ସ୍ଥାନୀୟ ଏଫଏମ ଗୋଲେଇସ୍ଥିତ ସାଇଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ୮ ତାରିଖରୁ ଚାଲିଥିବା ମାତୃସ୍ୱସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ନ୍ୟୁଟ୍ରିଲିଷ୍ଟ ରଶ୍ମିତା ମହାନ୍ତି ଅଧ୍ୟକ୍ଷତା କରିବା ସହ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନବ ସମାଜ ପ୍ରତି ମାଆମାନଙ୍କ ଅତୁଳନୀୟ ଅବଦାନ ରହିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି କହିଥିଲେ । ମାଆଟିଏ ସୁସ୍ଥ ରହିଲେ ତା’ର ପରିବାରକୁ ସେ ଖସି ରଖିପାରିବେ ବୋଲି ଶ୍ରୀମତୀ ଜେନା କହିଥିଲେ । ଗର୍ଭବତୀ ଅବସ୍ଥାରେ ଓ ମାତୃତ୍ୱ ପରେ ଶରୀର ପାଇଁ ଆବଶ୍ୟକ ପୋଷଣ ଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ଜିଲା ୟୁଥ ଅଫିସର ରମେଶ ଆର କପୁର, ‘ଆଜିକାଲି’ ଖବର କାଗଜର ପରିଚାଳନା ସମ୍ପାଦକ ଯୁବ ଉଦ୍ୟୋଗୀ ଲକ୍ଷ୍ମୀନାରାୟଣ ମହାନ୍ତି ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ମାଆ ନିଜର ସ୍ୱାସ୍ଥ୍ୟପ୍ରତି ସଚେତନ ରହିବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅପର୍ଣ୍ଣା ସାହୁ, ପ୍ରଜ୍ଞାପାରମିତା ବିଶ୍ୱାଳ, ସବିତା ମହାପାତ୍ର, କ୍ରିଷ୍ଣା ମହାନ୍ତି, ଜ୍ୟୋତ୍ସ୍ନାରାଣୀ ବେହେରା, ମୀରା ଦାସ, କବିତା ସାମଲ, ଗୌରୀ ସାହୁ, ସସ୍ମିତା ମହାପାତ୍ର, ରଞ୍ଜିତା ପରମାଣିକ, ନମିତାରାଣୀ ଦାସ, ଗୀତାଞ୍ଜଳି ପରିଡ଼ା, ଆଲଫା ସରିତା ମହାନ୍ତି, ଜ୍ୟୋତ୍ସ୍ନା ନାୟକ, ସସ୍ମିତା ପୁହାଣ, ବୀଣା ଦେହୁରୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।