ଜାତୀୟ ପ୍ୟାନ ଇଣ୍ଡିଆ ମାଷ୍ଟର ଗେମ୍‌ସରେ : ଅବକାରୀ ବିଭାଗର କିଶୋର ରଥଙ୍କ କୃତୀତ୍ୱ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ବାଙ୍ଗଲୋର ଠାରେ ଅନୁଷ୍ଠିତ ହେଉଥିବା ପ୍ରଥମ ଜାତୀୟ ପ୍ୟାନ ଇଣ୍ଡିଆ ମାଷ୍ଟର ଗେମ୍‌ସରେ ଗଜପତି ଜିଲ୍ଲା ଅବକାରୀ ବିଭାଗର କିଶୋର ଚନ୍ଦ୍ର ରଥ ଦୁଇଟି ବିଭାଗରେ କୃତୀତ୍ୱ ହାସଲ କରିଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, କିଶୋର ଚନ୍ଦ୍ର ରଥ ଗଜପତି ଜିଲ୍ଲା ଅବକାରୀ ବିଭାଗର ଭ୍ରାମ୍ୟମାଣ ୟୁନିଟରେ ଏଏସ୍‌ଆଇ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଛୋଟ ପିଲାରୁ ଖେଳ ପ୍ରତି ରୁଚି ରଖୁଥିବା ଶ୍ରୀ ରଥ ଯୁବ ଅବସ୍ଥାରେ ପ୍ରାୟତଃ ସମସ୍ତ ଖେଳ ଖେଳିବା ସହ ଦୈଡ କୁଦରେ ବେଶ ସୁନାମ ଅର୍ଜନ କରିଥିଲେ । କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେବା ପରେ ମଧ୍ୟ ସେ ଏହି ଖେଳୁଆଡ ମନୋଭାବ ବଜାୟ ରଖିଛନ୍ତି । ବ୍ୟସ୍ଥତା ମଧ୍ୟରେ ଥିଲେ ହେଁ ଖେଳକୁଦ ପାଇଁ ସମୟ ବାହାର କରି ନିଅନ୍ତି ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା ତଥା ରାଜ୍ୟପାଇଁ ଗୌରବ୍ୱାନିତ କରିବାରେ ଲାଗିଛନ୍ତି । ସେ ବହୁ ଜାତୀୟସ୍ତରର ଖେଳକୁଦ ପ୍ରତିଯୋଗିତାରେ ଭାଗ ନେଇ ବହୁ ବାର ପୁରସ୍କୃତ ହୋଇଥିବା ବେଳେ ବର୍ତ୍ତମାନ ବାଙ୍ଗାଲୁରୁରେ ଆରମ୍ଭ ହୋଇଥିବା ଜାତୀୟ ପ୍ୟାନ ଇଣ୍ଡିଆ ମାଷ୍ଟର ଗେମ୍‌ସରେ ଭାଗନେଇଛନ୍ତି । ଆଜି ସୁଦ୍ଧା ହୋଇଥିବା ବିଭିନ୍ନ ଇଭେଣ୍ଟ ମଧ୍ୟରେ ଲଙ୍ଗଜମ୍ପ ଓ ହାଇଜମ୍ପରେ ତୃତୀୟ ସ୍ଥାନ ହାସଲ କରି ନିଜେ ଏବଂ ଜିଲ୍ଲାପାଇଁ ଗୌରବ ଆଣିଦେଇଛନ୍ତି । ଏହି ଜାତୀୟସ୍ତରରେ ହେଉଥିବା ଗେମ୍‌ସରେ ଦେଶର ୨ହଜାରରୁ ଉର୍ଦ୍ଧ ଖେଳାଳୀ ଭାଗ ନେଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ