ଭାରତ ଜ୍ୟୋତି ପ୍ରତିଭାରେ ସମ୍ମାନିତ ହେଲେ ବିନୋଦଚନ୍ଦ୍ର ଜେନା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଚାର୍ଯ୍ୟ ବିନୋଦଚନ୍ଦ୍ର ଜେନାଙ୍କୁ ନୂଆଦିଲ୍ଲୀସ୍ଥ ମେଟ୍ରଭ୍ୟୁ ହୋଟେଲ (କୋରଲବାଗ) ରେ ମୁମ୍ବାଇର ମନୁଷ୍ୟ ବଳ ବିକାଶ ଲୋକସେବା ଏକାଡେମୀ (ଏମ୍ଭିଏଲ୍ଏ) ତରଫରୁ ଗତକାଲି ବୁଧବାର ଦିନ ଭାରତ ଜ୍ୟୋତି ପ୍ରତିଭାରେ ସମ୍ମାନରେ ସମ୍ବଦ୍ଧିତ କରାଯାଇଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଶ୍ରୀ ଜେନା ଜେଣ ବିଶିଷ୍ଟ ଶିକ୍ଷାବିତ ହୋଇ କାର୍ଯ୍ୟରୁ ଅବସର ନେବା ପରେ ମଧ୍ୟ ବିଭିନ୍ନ ଶୈକ୍ଷିକ, ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥାଇ ସମାଜ ପାଇଁ କାମ କରୁଥିବା ଯୋଗୁଁ ଓ କୋଭିଡ ସମୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସରଳ ବିଜ୍ଞାନପରୀକ୍ଷା ପ୍ରଦର୍ଶିତ କରାଇ ସୋସିଆଲ ମିଡିଆରେ ପ୍ରଶଂସିତ ହୋଇଥିବା ଯୋଗୁଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାର ଜଣାପଡିଛି । ସମ୍ମାନ ବାବଦରେ ଶ୍ରୀ ଜେନାଙ୍କୁ ଉତ୍ତରୀୟ, ମାନପତ୍ର, ଫଳକ ଆଦି ସହ ଭାରତ ଜ୍ୟୋତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ତାଙ୍କର ଏ ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଉତ୍କଳ ହିତୈଷିଣୀର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମିରଂଜନ ମିଶ୍ର, ଶିଶିର କୁମାର ଗୌଡ, କୃଷ୍ଣକୁମାର ବେହେରା, ନରସିଂହ ପ୍ରସାଦ ପଟ୍ଟନାୟକ, ବୀରକିଶୋର ପଟ୍ଟନାୟକ ପ୍ରମୁଖଙ୍କ ସହ ଆକାଂକ୍ଷା ଓ ପ୍ରଗତି ମହିଳା ସଂଗଠନର ସମସ୍ତ ସଦସ୍ୟ ସଦସ୍ୟା, ସମସ୍ତ ଶିକ୍ଷାବିତ୍ତ ତଥା ଶିକ୍ଷକ ମହଲ ଆଦି ତରଫରୁ ଶୁଭେଚ୍ଛା ଜଣାଇଛନ୍ତି ।


