ପାଣି ରେ ବୁଡି ଯୁବକ ମୃତ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଅଡ଼ବା ଥାନା ସ୍ଥାନୀୟ ବାଟାମା ହରଭଙ୍ଗୀ ନଦୀ ରେ ଯୁବୁକ ବୁଡି ମୃତ ଘଟଣା ରୁ ପ୍ରକାଶ ବୁଧୁବାର ଦିନ ସନ୍ଧ୍ୟା ରେ ହୋଟେଲ କାମ ସାରି ନିଜମାଲିକସହ ହରଭଙ୍ଗୀ ନଦୀକୁ ଗାଧେଇବା କୁ ଯାଇଥିବା ବେଳେ ଗୁଡ଼ ଖସି ପାଣି ରେ ବୁଡି ଯାଇଥିଲେ I ମାଲିକ ସ୍ତାନୀୟ ଲୋକ ଙ୍କ ସୋହାଜଗ ରେ ବହୁ ଖୁଜା ଖୁଜିପରେ ପାଣି ରୁ ଉଦ୍ଧାର କରି ଅଡ଼ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ I ସେଠୀ ଡାକ୍ତର ତାଙ୍କୁ ମୃତ ଘୁଷଣା କରିଥିଲେ I ଘଟଣା ସ୍ଥଳେ ଅଡ଼ବା ପୋଲିସ ପହଁଚି ଶବ ଜବତ କରି ବ୍ରହ୍ମପୁର ମେଡ଼ିକାଲ କୁ ପଠାଇଛନ୍ତି I ମୃତ ଵ୍ୟକ୍ତି ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳ ର ପ୍ରତାପ ନାୟକ୪୦ବୋଲି ଜଣା ପଡ଼ିଛି I ଏ ନେଇ ଅଡ଼ବା ଥାନା କେଶ ନଂ୨/୨୨ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି I


