ଷଡଙ୍ଗରେ ଶନିଶ୍ଚର ମନ୍ଦିର ପ୍ରତିଷ୍ଠା ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ) :କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧିନସ୍ଥ ଷଡଙ୍ଗ ଗ୍ରାମରେ ଶନିଶ୍ଚର ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଧବଳେଶ୍ୱର ପଟ୍ଟନାୟକ ଓ ମଧୁସ୍ମିତା ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ତ୍ରୀଦିବସୀୟ ପ୍ରତିଷ୍ଠା ଉତ୍ସବ ଲାଗି ଗତକାଲି ପୁଣ୍ୟତୋୟା ବୈତରଣୀ ନଦୀରୁ ୧୨୦କଳଶ ଶୋଭାଯାତ୍ରା ଅଣାଯାଇ ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଗତକାଲି ଅକୁରାରୋପଣ, କାୟାଶୁଦ୍ଧି, ଧାନ୍ୟ ଦିବସ କରାଯିବା ପରେ ଆଜି ସକାଳୁ ସୁର୍ଯ୍ୟପୂଜା, ଧେନୁପୂଜା, ଗୁରୁପୂଜା କରାଯିବାପରେ ଶାଲା ପରିକ୍ରମା ଓ ପୂଜନ କରାଯିବା ସହ ହୋମଯଜ୍ଞ କରାଯାଉଛି । ଆଜି ବିଗ୍ରହଙ୍କ ମହାସ୍ନାନ କରାଯିବା ସହିତ ରାତିରେ ବିଗ୍ରହଙ୍କ ନ୍ୟାଶ ଓ ଆସନ୍ତାକାଲି ନଗର ପରିକ୍ରମା କରାଯିବାପରେ ମନ୍ଦିର ପ୍ରବେଶ କରାଯାଇ ରାଜରାଜେଶ୍ୱର ବେଶରେ ଦର୍ଶନ କରାଯିବ ବୋଲି ପଣ୍ଡିତ ପତିତ ପାବନ ନନ୍ଦ କହିଛନ୍ତି । ଶ୍ରୀଯୁକ୍ତ ନନ୍ଦଙ୍କ ସହିତ ଶଙ୍କର୍ଷଣ ମିଶ୍ର, ମକରଧ୍ୱଜ ମିଶ୍ର, ରଞ୍ଜନ କୁମାର ମିଶ୍ର, ପ୍ରଶାନ୍ତ ପଣ୍ଡା, ପ୍ରଫୁଲ କୁମାର ପଣ୍ଡା ପ୍ରମୁଖ ବେଦମନ୍ତ୍ରରେ ପୂଜାର୍ଚ୍ଚନା କରୁଥିବାବେଳେ ଝାହେଶ୍ୱର ପଟ୍ଟନାୟକ ଓ ମମତା ପଟ୍ଟନାୟକ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ଗୋପବନ୍ଧୁ ସାହୁ, ହରେକୃଷ୍ଣ ସାହୁ, ବାଇଧର ବେହେରା, ଅଜୟ କୁମାର ବେହେରା, ଅକ୍ଷୟ କୁମାର ବେହେରା, ରବିନ୍ଦ୍ର ସାହୁ, ସାନତନ ଖଣ୍ଡେଇ, ସରୋଜ ସା, ତମସାରାଣୀ ଜେନା, ମମତା ଦାସ, ସୁଶାନ୍ତ କୁମାର ବେହେରା ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।


