ଜଙ୍ଗଲ ମଧ୍ୟରେ ପୁଲିସ ର ଅତର୍କିତ ଚଢ଼ାଉ : ୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ : ଗଞ୍ଜେଇ ମାଫିଆ ଖସି ଗଲେ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ସମଗ୍ର କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ କାରବାର ଥମିବାର ନାଁ ଧରୁ ନଥିବା ବେଳେ ପୁଲିସ ପକ୍ଷରୁ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ମାଫିଆ ଙ୍କୁ ମଧ୍ୟ ଜେଲ୍ ଯିବାକୁ ପଡୁଛି, ତଥାପି ଗଞ୍ଜେଇ ମାଫିଆ ମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି । ମାଫିଆ ମାନେ ବର୍ତ୍ତମାନ ଜଙ୍ଗଲ ଭିତରେ କାରବାର ଆରମ୍ଭ କରୁଥିବା ଦେଖିବାକୁ ମିଳିଛି। ଫିରିଙ୍ଗିଆ ଥାନା ଅନ୍ତର୍ଗତ କେକ୍ରିଙ୍ଗିଆ ଜଙ୍ଗଲ ମଧ୍ୟରେ ଗଞ୍ଜାଇ ଚୋରା ଚାଲାଣ ପାଇଁ ଗଞ୍ଜେଇ ଗଛିତ ରଖାଯାଇଥିବା କୈାଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ଙ୍କ ନେତୃତ୍ବରେ ଅତିରିକ୍ତ ଥାନା ଅଧିକାରୀ ବିକାଶ କୁମାର ଜାଲି , ବରିଷ୍ଠ ସବ୍ ଇନିପେଷ୍ଟର ପ୍ରଦୀପ କୁମାର ରାଉଳ, ଏଏସଆଇ କୃଷ୍ଣ ଚନ୍ଦ୍ର ଗୌଡ଼ ଙ୍କ ସହ ଏକ ପୋଲିସ ଟିମ ଏହି ଜଙ୍ଗଲ ମଧ୍ୟରେ ଚଢ଼ାଉ କରି ଗଛିତ ରଖାଯାଇଥିବା ୪ କ୍ୟୁଣ୍ଟାଲ ୪ କେଜି ଗଞ୍ଜେଇ ମିଳିଥିଲା। ପୋଲିସ ଚଢ଼ାଉ ଖବର ପାଇ ଗଞ୍ଜେଇ ମାଫିଆ ମାନେ ସେଠାରୁ ଖସି ପଳାଇ ଥିଲେ l ଏନେଇ ଫିରିଙ୍ଗିଆ ଥାନା ରେକେଶ ନଂ. ୭୫/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ପ୍ରଦାନ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ