ବିଧାନସଭାରେ ଧାନ ବିକ୍ରି ପ୍ରସଙ୍ଗରେ ବିରୋଧିଙ୍କ ହଟାଗୋଳ:୩ଟା ଯାଏ ଗୃହମୁଲବତୀ
ଭୂବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ସୋମବାର ଗୃହରେ ବିରୋଧିଙ୍କ ହଟ୍ଟଗୋଳ ସୃଷ୍ଟି ହୋଇଛି । ଧାନ ବିକ୍ରି ପ୍ରସଙ୍ଗକୁ ନେଇ ଗୃହରେ ନାରାବାଜି କରିଥିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୩ ଟା ପର୍ଯ୍ୟନ୍ତ ଗୃହମୁଲବତୀ ଘୋଷଣା କରିଛନ୍ତି । କାର୍ଯ୍ୟକାଳ ଆରମ୍ଭ ରୁ ହିଁ କଂଗ୍ରେସ ବିଧାୟକ ମାନେ ଧାନ କିଣା ପ୍ରସଙ୍ଗକୁ କେନ୍ଦ୍ରକରି ହଟ୍ଟଗୋଳ କରିଥିଲେ । ବାଚସ୍ପତି ବାରମ୍ବାର ହାତ ଯୋଡି ଅନୁରୋଧ ପରେ ମଧ୍ୟ ସେମାନେ ବାଚସ୍ପତିଙ୍କ ନିକଟକୁ ପୋଡିୟମ ନିକଟକୁ ଯାଇ ହଟ୍ଟଗୋଳ କରିଥିଲେ । ଅନ୍ୟପଟେ ବିଜେପି ବିଧାୟକ ମାନେ ସ୍ମୃତିରାଣୀ ବିଶ୍ୱାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ବିଧାନସଭା ନିକଟରେ ଥିବା ଗାନ୍ଧୀ ମୁର୍ତ୍ତି ତଳେ ଧାରଣା ଦେଇଛନ୍ତି ।


