ଟ୍ରାକ୍ଟର, ବାଇକ୍ ମୁହାଁମୁହିଁ : ବାଇକ୍ ଚାଳକ ମୃତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ଅଞ୍ଚଳରେ। ବିଶୋଇ ଅଂଚଳର ମହେଶ୍ୱର ସାହୁ (୩୦) ରବିବାର ରାତି ରେ ନିଜ କର୍ମ କ୍ଷେତ୍ରରୁ କାମ ସାରି ନିଜ ମଟର ସାଇକେଲରେ ଘରକୁ ଫେରୁଥିବା ସମୟରେ ବିପରିତ ଦିଗରୁ ଆସିଥିବା ଏକ ଦୃତଗାମୀ ଟ୍ରାକ୍ଟର ବିଜାତଳା ନିକଟରେ ମହେଶ୍ୱର ସାହୁଙ୍କୁ ଧକ୍କା ଦେଇଥିଲା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ ।ବିଜାତଳା ମେଡିକାଲରେ ମସ୍ତିଷ୍କ ଜନିତ ଗୁରୁତର ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ବିଜାତଳା ଡାକ୍ତର ମହେଶ୍ୱର ସାହୁଙ୍କୁ ଅଧିକ ଚିକିତ୍ସା ପାଇଁ ରାଇରଙ୍ଗପୁର ଡାକ୍ତର ଖାନାକୁ ପଠାଇଥିଲେ । କିନ୍ତୁ ମହେଶ୍ୱର ଅବସ୍ଥା ଅତିବ ସଙ୍କଟାପନ୍ନ ଥିବାରୁ ରାଇରଙ୍ଗପୁର ଡାକ୍ତର ପୁଣି ଥରେ ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ଦୁଃଖର ବିଷୟ ବାରିପଦା ନେବା ରାସ୍ତାରେ ମହେଶ୍ୱର ସାହୁଙ୍କ ଦେହାନ୍ତ ହୋଇଥିଲା । ବର୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ଯଦି ପ୍ରଥମ ଥରରେ ରାଇରଙ୍ଗପୁର ରେଫାର୍ ନ କରି ଯଦି ଠିକ୍ ସମୟରେ ବାରିପଦା ରଘୁନାଥ ମୁର୍ମୁ ମେଡିକାଲକୁ ଚିକିତ୍ସାଳୟକୁ ପଠେଇଦେଇ ଥାନ୍ତେ ବୋଧହୁଏ ଆଜି ସେ ଆମ ଗହଣରେ ରହିଥାନ୍ତେ । କିନ୍ତୁ ଭାଗ୍ୟର ବିଡମ୍ବନା ଆଜି ପରିବାରର ରୋଜଗାରିଆ ପୁଅ ମୃତ୍ୟୁବରଣ କରିବାରୁ ପରିବାର ପୁରା ଭାଙ୍ଗିପଡ଼ିଥିବା ବେଳେ ଆଜି ବିଶୋଇ ବଜାର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି ।


