ଅମୃତପୁର ବାଲିଘାଟର ଜନ ଶୁଣାଣି

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ତହସିଲ ଅଧିନସ୍ଥ ଆଇତିପୁର  ପଞ୍ଚାୟତର ଅମୃତପୁର ବୈତରଣୀ ବାଲିଘାଟର ପରିବେଶ ମଞ୍ଜୁର ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଆଞ୍ଚଳିକ ପ୍ରଦୁ୍ୟଷଣ ବୋର୍ଡ ଅଧିକାରୀ ପୁଷ୍କର ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ଜନଶୁଣାଣିରେ ପ୍ରକଳ୍ପ ନିଦେ୍ର୍ଦଶକ ଘାସିରାମ ମୁର୍ମୁ ଯୋଗଦେଇ ବାଲିଘାଟ ଚାଲିବାପାଇଁ ସରକାରଙ୍କ ଥିବା ନୀତି ନିୟମ ସମ୍ପର୍କରେ ସୁଚନା ଦେଇଥିଲେ । ପରିବେଶ ମଞ୍ଜୁରୀ ପାଇଁ କୌଣସି ଅଭିଯୋଗ କିମ୍ବା ପରାମର୍ଶ ଉପସ୍ଥାପନ କରିବାକୁ ପ୍ରଦୁ୍ୟଷଣ ଅଧିକାରୀ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଲିଜଧାରୀ ପ୍ରଦୀପ ବିଶ୍ୱାଳଙ୍କ ପ୍ରତିନିଧି ସରକାରଙ୍କ ସମସ୍ତ ନୀତି ନିୟମାନୁଯାୟୀ ବାଲିଘାଟ ଚଳାଇବାକୁ ଘୋଷଣା କରିଥିଲେ । ବାଲିଘାଟ ଦ୍ୱାରା ଅଞ୍ଚଳର ଅନେକ ଶ୍ରମିକ ନିଯୁକ୍ତି ପାଇବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ, ରାସ୍ତା ଘାଟ ମରାମତି, ପାଲ ଘୋଡାଇ ବାଲିପରିବହନ ଭଳି ପଦକ୍ଷେପ ନେବାକୁ ମତ ରଖିଥିଲେ ।  ବାଲିଘାଟ ଚାଲିଲେ ଏ ଅଞ୍ଚଳର ଶ୍ରମିକମାନେ ଦୁଇପଇସା ରୋଜଗାର କରି ସେମାନଙ୍କ ପରିବାର ପ୍ରତିପୋଷଣ କରିପାରିବେ ବୋଲି ସ୍ଥାନୀୟ ଅଧିବାସୀ ମାନେ ମତ ରଖିଥିଲେ ।  ଅନ୍ୟପକ୍ଷରେ ଗେଡମା ସରପଞ୍ଚଙ୍କ ପ୍ରତିନିଧି ସୁରେନ୍ଦ୍ର କାଣ୍ଡି ଓ ରାଘବପୁର ଗ୍ରାମର କିଛି ଗ୍ରାମବାସୀ ବାଲିଘାଟକୁ ସ୍ୱାଗତ କରିଥିବାବେଳେ ଲିଜଧାରୀ ରାସ୍ତା, ପରିବେଶ ସୁରକ୍ଷା ଓ ଚାଷୀ ମାନଙ୍କ ସୁବିଧା ସୁଯୋଗ ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ମତ ରଖିଥିଲେ ।    ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଦିଲ୍ଲିପ କୁମାର ସାହୁ, ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ଆଖପାଖ ଗ୍ରାମର ଶତାଧିକ ଲୋକ ଶିବିରରେ ଯୋଗଦେଇ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆନନ୍ଦପୁର ଏସଡିପିଓ  ଅନିଲ ବେଉରିଆଙ୍କ ସହ ୭ଜଣ ଇନସପେକ୍ଟରଙ୍କ ସହ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ