ସାନଖୋଲି ଠାରୁ ଫାସୀ କାଠ ଗଣ୍ଡି ସହ ଟ୍ରାକ୍ଟର ଜବତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ସାନଖୋଲି ଗ୍ରାମ ନିକଟରୁ ବୁଗୁଡା ବନ ବିଭାଗ ଫାସି କାଠ ଗଣ୍ଡି ବୋଝେଇ ଏକ ଟ୍ରାକ୍ଟର ଜବତ କରିଥିବା ଜଣାପଡିଛି। ବୁଗୁଡା ବନାଞ୍ଚଳ ଡେପୁଟି ରେଞ୍ଜର ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ୱରେ ବନବିଭାଗ ପକ୍ଷରୁ ମଇ ୧୬ ତାରିଖ ଦିନ ରାତ୍ର ପେଟ୍ରୋଲିଂ କରୁଥିଲେ । ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ସାନଖୋଲି ନିକଟରେ କାଠ ବୋଝେଇ ହୋଇ ଯାଉଥିବା ଏକ ଟ୍ରାକଟରକୁ ବନ ବିଭାଗ ଜବତ କରିଥିବା ବେଳେ ଟ୍ରାକଟର ଡ୍ରାଇଭର ଫେରାର ହୋଇଯାଇଥିଲେ । ନମ୍ବର ବିହୀନ ସେହି ଟ୍ରାକ୍ଟରରେ ୭ ଖଣ୍ଡ ଫାସୀ କାଠ ଗଣ୍ଡି ବୋଝେଇ ହୋଇଥିବା ବେଳେ ଗାଡି ଓ କାଠ ର ଅନୁମାନିକ ମୁଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ। ଏନେଇ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ୟୁ.ଡି. କେଶ ନମ୍ବର ୦୧/ ୨୨-୨୩ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ନେଇ ଉପ-ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ