ସାର୍ନା ଧର୍ମଗୁରୁ ବାନାଓ ମୁର୍ମୁ’ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଜି ପବିତ୍ର ବୌଶାଖ ପୁର୍ଣ୍ଣିମା ତିଥିରେ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟ ପକ୍ଷରୁ ଦେଶର ବିଭିନ୍ନ ପ୍ରାନ୍ତରେ ତଥା ଓଡିଶା, ବିହାର, ଝରଖଣ୍ଡ, ଆସାମ ସହିତ ବାଙ୍ଗଲାଦେଶ, ନେପାଳ, ଭୁଟାନ ଇତ୍ୟାଦି ଦେଶରେ ସାନ୍ତାଳୀ ଲିପି’ ଅଲଚିକି’ ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ୧୧୭’ ତମ ଜନ୍ମ ଜୟନ୍ତି ମହା ଆଡମ୍ବର ସହକାରେ ପାଳନ କରା ଯାଉଥିବା ବେଳେ ସମାନ ତିଥିରେ ୧୧୨’ ତମ ଜନ୍ମ ଜୟନ୍ତି ପାଳନ କରା ଯାଉଥିବା ସାର୍ନା ଧର୍ମଗୁରୁ ବାବା ବାନାଉ ମୁର୍ମୁ’ଙ୍କ ପୂର୍ଣ୍ଣ ବୟବ ପ୍ରତିମୂର୍ତ୍ତି ଝରାଡିହି ନିକଟସ୍ଥ ମଝିଗାଁ ସ୍ଥିତ ଅଲ୍ ଇଣ୍ଡିଆ ସାର୍ନା ଧରମ ଚେମେଦ୍ ଆଶ୍ଳା ର ମୂଖ୍ୟ କାର୍ଯ୍ୟାଳୟ ପ୍ରାଙ୍ଗଣନରେ ଉନ୍ମଚିତ ହୋଇ ଯାଇଛି । ସର୍ନା ଧରମ ଚେମ୍ଡ ଆସ୍ଲା ପରିସରରେ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ଏବଂ ଧର୍ମଗୁରୁ ବାବା ବାନାଉ ମୂର୍ମୁଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିବା ବେଳେ ଟାଟା ଷ୍ଟିଲ୍ ଟ୍ରାଇବଲ ଫାଉଣ୍ଡେସନ (ଟିସିଏସ) ଚିଫ୍ ସୌରଭ ରାୟ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧର୍ମଗୁରୁ ବାବା ବାନାଉ ମୁର୍ମୁ’ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି ଅବସରରେ ଘାଟଶିଲା’ ସିନେମା ର କାଷ୍ଟିଙ୍ଗ ଡାଇରେକ୍ଟର ଭୈରବ ମହାରାଜ, ଟିସିଏସ ଅଧିକାରୀ ଅଶ୍ବିନୀ କୁମାର, ଇଂ ଅଞ୍ଜନ ମିଶ୍ର, ଚେମେଦ୍ ଆଶ୍ଳା ସଭାପତି ଶମ୍ଭୁ ମୁର୍ମୁ, ଉପ ସଭାପତି କାହ୍ନୁଚରଣ ଟୁଡୁ, ସାଧାରଣ ସମ୍ପାଦକ ଚକ୍ରଧର ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି ପ୍ରତିମୂର୍ତ୍ତି ଉନ୍ମୋଚନରେ ସହଯୋଗ ପ୍ରଦାନ କରିଥିଲେ । ସୂଚନା ଅନୁସାରେ ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ସହଯୋଗି ଭାବେ କାର୍ଯ୍ୟ କରି ଆସିଥିବା ବାବା ବାନାଉ ମୁର୍ମୁ ପଣ୍ଡିତ ମୁର୍ମୁ’ଙ୍କ ରଚିତ ବିଦ୍ୟାଦାତ୍ରୀ ଦେବାଦେବୀ ବିଦୁ-ଚାନ୍ଦାନ’ଙ୍କ ପଟକଥା ନାଟକରେ ମୂଖ୍ୟ ଭୂମିକାରେ ଜୀବନ୍ତ ଅଭିନୟ କରିବା ସହ ସାର୍ନା ଧର୍ମ ପ୍ରଚାର କରୁଥିଲେ। ପୂଜାସ୍ଥଳ ଜାହେରା ନିର୍ମାଣର ତ୍ରୁଟି ସଂଶୋଧନ, ବିଭିନ୍ନ ପୂଜା ପର୍ବ ବିଧିରେ ଥିବା ତ୍ରୁଟି ସଂଶୋଧନ ପୂର୍ବକ ମାର୍ଗଦର୍ଶନ କରିଆସୁଥିଲେ । ତାଙ୍କ ମାର୍ଗଦର୍ଶନ ତଥା ୧୯୭୭’ ମସିହା ରେ ବେଦ କୁନ୍ଦରୀ ଡାହି’ ଠାରେ ଓଡିଶା, ବିହାର, ବେଙ୍ଗଲ ଆଦି ପ୍ରାନ୍ତରୁ ପହଞ୍ଚିଥିବା ବୁଦ୍ଧିଜୀବି’ଙ୍କ ଉପସ୍ଥିତିରେ ନିଷ୍ପତ୍ତି ନିଆଯାଇଥିବା ପୂଜା, ପର୍ବ, ତିଥି ତଥା ବିଧି ଅନୁସାରେ ସମସ୍ତ ପୂଜା ପର୍ବ ପାଳନ କରାଯିବା ନେଇ ଧର୍ମ ଗୁରୁ ବାବା ବାନାଉ ମୁର୍ମୁ’ଙ୍କ ମାର୍ଗ ଦର୍ଶନ ଅନୁସାରେ ଅଲ୍ ଇଣ୍ଡିଆ ସାର୍ନା ଧରମ ଚେମେଦ୍ ଆଶ୍ଳା’ ଅନୁଷ୍ଠାନ ପକ୍ଷରୁ ରିତିମତ ଭାବେ ଆସାମ, ବିହାର ବେଙ୍ଗଲ ଏବଂ ଝାରଖଣ୍ଡ ଅଞ୍ଚଳର ସାର୍ନା ଧର୍ମାଲମ୍ବି ସାଧାରଣଙ୍କୁ ପୂଜାବିଧି ଏବଂ ରିତିନିତୀ ବିଷୟରେ ଶିକ୍ଷା ପ୍ରଦାନ ସହ ଆଦିବାସୀ ସମାଜ କୁ ନିଶାମୁକ୍ତ କରାଯିବା ନେଇ ମାର୍ଗଦର୍ଶନ ପ୍ରଦାନ କରାଯାଇ ଆସୁଛି । ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ମାର୍ଗଦର୍ଶନରେ ଅଲ୍ ଇଣ୍ଡିଆ ସାର୍ନା ଧରମ ଚେମେଦ ଆଶ୍ଳା ଅନୁଷ୍ଠାନ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରେ ୨୪’ ଟି ଶାଖା ସ୍ଥାପିତ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଆସାମ, ବିହାର, ବେଙ୍ଗଲ ତଥା ଝାରଖଣ୍ଡ ଅଞ୍ଚଳର ସର୍ନା ଧର୍ମାଲମ୍ବି ତଥା ଚେମେଦ ଆଶ୍ଳା ସଦସ୍ୟ ଉପସ୍ଥିତ ରହିଥିଲେ ।


