କାଜଲରାନୀ ଅଲଇତୁନ ଆଶ୍ଳା ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ୧୧୮’ତମ ଜନ୍ମ ଜୟନ୍ତି ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଭିତରାମଦା ଗ୍ରାମପଞ୍ଚାତ ରୁତୁଘୁଟୁ ଗ୍ରାମ ସ୍ଥିତ କାଜଲରାନୀ ଅଲଇତୁନ ଆଶ୍ଳା ଶିକ୍ଷନୁଷ୍ଠାନ ପକ୍ଷରୁ ଅଲଗୁରୁ ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ୧୧୮’ ତମ ଜନ୍ମ ଜୟନ୍ତି ପାଳିତ ହୋଇ ଯାଇଛି । ଆଶ୍ଳା ର ପ୍ରଧାନ ଶିକ୍ଷକ ବାଡୁରାମ ବିରକିଶୋର ମୁର୍ମୁ’ଙ୍କ ଅଧ୍ୟକ୍ଷତାରେ ଗ୍ରାମ ନାଏକେ (ପୂଜକ) ମୋହନ ମୁର୍ମୁ ରିତୀନୀତି ଅନୁସାରେ ପୂଜାପାଠ କରିବା ସହ ପଣ୍ଡିତ ମୁର୍ମୁ’ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏହାପରେ ଛାତ୍ରଛାତ୍ରୀ’ଙ୍କ ଦ୍ବାରା ବିଦୁ-ଚାନ୍ଦାନ’ ନେହର ଓ ହିତାଲ ଧର୍ମଗ୍ରନ୍ଥ ପାଠ କରାଯାଇଥିଲା । ପାରମ୍ପାରିକ ବେଶ ପୋଷାକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଗୁରୁ ଗୋମକେ’ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶିଷ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ରୁତୁଘୁଟୁ ଗ୍ରାମ ବାଝୀବାବା ଗାଇଚାନ୍ଦ ମୁର୍ମୁ, ନାଏକେ ବାବା ବାଡୁରାମ ବିରୋକିଶୋର ମୁର୍ମୁ, ଅବସରପ୍ରାପ୍ତ ଏମ.ଏମ.ଏସ. ରଘୁନାଥ ମୁର୍ମୁ ପ୍ରମୁଖ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁ୍ର୍ମୁ’ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଭାରତ ପେଟ୍ରୋଲିୟମ ର ବରିଷ୍ଠ ଇନଞ୍ଜିନୀୟର ସାଲଖୁ ହେମ୍ବ୍ରମ’ଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିରିପ ମୁର୍ମୁ, ଞ୍ଜଙ୍ଗା ମୁର୍ମୁ, ସାଲଖୁ ହେମ୍ବ୍ରମ, କରିନା ହେମ୍ବ୍ରମ, ସଲମା ମୁର୍ମୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିବାବେଳେ ଅଲ ଇତୁନ ଆଶ୍ଳା ର ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ ।


