ଧର୍ମଗୁରୁ ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତିଙ୍କର ୧୦୧ତମ ଜନ୍ମ ଦିବସ ସମାରୋହ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବିଶ୍ୱ ସମାଜସେବୀ ଓ ଆଧ୍ୟାତ୍ମିକ ସଂଗଠନ ଆନନ୍ଦମାର୍ଗର ପ୍ରାଣ ପ୍ରତିଷ୍ଠାତା ମହାନ ଋଷି, ଦାର୍ଶନିକ, ଧର୍ମଗୁରୁ ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତିଙ୍କର ୧୦୧ତମ ଶୁଭ ଜନ୍ମ ଦିବସ ସମାରୋହ ପବିତ୍ର ବୈଶାଖୀ ତଥା ଆନନ୍ଦ ପୂର୍ଣ୍ଣିମା ଅବସରରେ କପାଳେଶ୍ୱରସ୍ଥିତ ଆନନ୍ଦମାର୍ଗ ଆଶ୍ରମରେ ପାଳିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ସହର ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବରିଷ୍ଠ ସନ୍ୟାସୀ, ସନ୍ୟାସିନୀ, ବୁଦ୍ଧିଜିବୀ, ସମାଜସେବୀ ଏବଂ ଆନନ୍ଦମାର୍ଗୀମାନେ ଯୋଗଦେଇଥିଲେ । ଜନ୍ମଦିବସ ପୂର୍ବରୁ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅନ୍ତର୍ଗତ ଛାତ୍ରଛାତ୍ରୀ, ସ୍ଥାନୀୟ ସଞ୍ଜିବନୀ ବିଦ୍ୟା ମନ୍ଦିର ଏବଂ ଡ୍ରିମ ଇଣ୍ଡିଆ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଆନନ୍ଦମାର୍ଗ ଆଶ୍ରମ ପରିସରରେ ୪ଦିନିଆ ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି ଓ ଅଧ୍ୟାପିକା ପଦ୍ମଜା କବି ଶତପଥୀଙ୍କୁ କର୍ମବୀର ସମ୍ମାନରେ ସମ୍ମାନିତ କରାଯାଇଥିଲା I ଯୋଗାସନ, କୈାଶିକି ଓ ତାଣ୍ଡବ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଗରିବ ଲୋକମାନଙ୍କୁ ବସ୍ତ୍ର ବୀତରଣ ଓ ନାରାୟଣ ସେବା କରାଯାଇଥିଲା । ଆଦର୍ଶ ମାନବ ସମାଜ ପ୍ରତିଷ୍ଠା ପାଇଁ ଆନନ୍ଦମୂର୍ତ୍ତିଜୀଙ୍କର ବହୁମୂଖୀ ଅବଦାନ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ମୁଖ୍ୟବକ୍ତା ଭାବେ ଆନନ୍ଦମାର୍ଗର ବରିଷ୍ଠ ସନ୍ୟାସୀ ଆଚାର୍ଯ୍ୟ ଲୋକତୀତାନନ୍ଦ ଅବଧୂତ ଯୋଗଦେଇ ଗୁରୁଦେବଙ୍କ ପ୍ରଦତ ଆଧ୍ୟାତ୍ମିକ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଶିକ୍ଷା, ସମାଜସେବା, ସଂଗୀତ ଏବଂ ନାରୀ ଜାଗରଣ ପ୍ରଭୃତି ବିଷୟ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ କଳ୍ପନା ମହାନ୍ତି, ସମାଜସେବୀ ଶ୍ରୀଧର ମହାନ୍ତି, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଆନନ୍ଦମାର୍ଗୀ ଗଣେଶ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଆନନ୍ଦମାର୍ଗର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ଜିଲ୍ଲା ସମ୍ପାଦକ ଅଶୋକ ମହାରଣାଙ୍କ ପରିଚାଳନାରେ ଜନ୍ମ ଦିବସରେ ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ