ଆଧ୍ୟାତ୍ମିକ ପୁସ୍ତକ “ସ୍ମୃତିକୁମ୍ଭ” ଉନ୍ମୋଚିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରରେ ଗରାପୁରସ୍ଥିତ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଆଶ୍ରମ ତଥା ହନୁମାନଜୀଉଙ୍କ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପୁସ୍ତକ ‘ସ୍ମୃତିକୁମ୍ଭ’ ଉନ୍ନୋଚିତ ହୋଇଯାଇଛି । ବାବାଜୀ ଶ୍ରଦ୍ଧାନନ୍ଦ ମହାରାଜ, ସେବକ ଦେବାଶିଷ ଜଗତି, ନଟବର ବିଶ୍ୱାଳ, ଶିକ୍ଷାବିତ ନୃସିଂହ ଚରଣ ତ୍ରିପାଠୀ ପ୍ରମୁଖଙ୍କ ଦ୍ୱାରା ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ସହ ପ୍ରତ୍ୟେକ୍ଷ ଅନୁଭୂତି ସମ୍ପନ୍ନ ବିଷୟ ବସ୍ତୁକୁ ନେଇ ଗବେଷକ ଡଃ. ସୁବାଷ ଚନ୍ଦ୍ର ମହାପାତ୍ରଙ୍କ ରଚିତ ଆଧ୍ୟାତ୍ମିକ ପୁସ୍ତକ “ସ୍ମୃତିକୁମ୍ଭ” ଉନ୍ମୋଚିତ ହୋଇଯାଇଛି । ପ୍ରଥମେ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ପୂଜନ ଓ ଆରତୀ ପ୍ରଦାନ ପରେ ରାଶେଶ୍ୱରୀ ବନ୍ଦନା ଓ ଲୀଳାରସ ଗାୟନ କରାଯାଇ ପବିତ୍ର ପୁସ୍ତକଟିକୁ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ଦାସ, ଅରକ୍ଷିତ ରାଉତ, କେଶବ ଚନ୍ଦ୍ର ସେଠୀ, ଡା. ଚିଦାନନ୍ଦ ଜେନା, ପରମାନନ୍ଦ ସାହୁ, ନିମାଇଁ ଚରଣ ଦାସ ପ୍ରମୁଖ ବାବା ବୈକୁଣ୍ଠନାଥ ପ୍ରେମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ