ଡଃ ଚିତ୍ତରଞ୍ଜନ ‘ରଣଭୂଇଁ’ର ନୂତନ ମୁଖ୍ୟ ସମ୍ପାଦକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସାପ୍ତାହିକ ସମ୍ବାଦପତ୍ର ‘ରଣଭୂଇଁ’ର ମୁଖ୍ୟ ସମ୍ପାଦକ ଭାବେ ପୂର୍ବତନ ଅଧ୍ୟକ୍ଷ, ସାରସ୍ୱତ ପ୍ରତିଭା, ସମାଜସେବୀ ଡଃ ଚିତ୍ତରଞ୍ଜନ ମହାନ୍ତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ରଣଭୂଇଁର ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା ତାଙ୍କୁ ସ୍ୱାଗତ କରିବା ସହିତ ମା’, ମାଟି, ମାତୃଭାଷା ଓ ଶହୀଦଙ୍କ ପାଇଁ ସମର୍ପିତ ଉକ୍ତ ସମ୍ବାଦପତ୍ରଟି ଆଗକୁ ନେବାରେ ଡଃ ମହାନ୍ତିଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଦୀର୍ଘ ୨୫ ବର୍ଷ ଧରି ଜନସମସ୍ୟା ଓ ଶହୀଦଙ୍କ ପାଇଁ ସମର୍ପିତ ଭାବରେ ଉକ୍ତ ଖବରକାଗଜଟି କାର୍ଯ୍ୟ କରିଆସୁଅଛି । ବିଭିନ୍ନ ମହଲରୁ ଡଃ ମହାନ୍ତିଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ