ବିଷ ପାନ କରି ଆଶାକର୍ମୀଙ୍କ ଆତ୍ମହତ୍ୟା ଅଭିଯୋଗ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ବୁଧବାର ହିଞ୍ଜିଳି ଥାନା ରଳବ ଗ୍ରାମର ଜୈନିକା ଆଶାକର୍ମୀ ବିଷପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକା ଜଣଙ୍କ ସଂପୃକ୍ତ ଗ୍ରାମର ସୁନିତା ସାହୁ(୩୬) । ମିଳିଥିବା ସୂଚନା ପ୍ରକାରେ, ମୃତ ସୁନିତା ଆଶାକର୍ମୀ ଭାବେ କାର୍ଯ୍ୟରତ ଥିଲେ । ବୁଧବାର ପ୍ରସୂତୀ ଓ ଗର୍ଭବତୀଙ୍କୁ ଟୀକାକରଣ କାର୍ଯ୍ୟ ସାରିବା ପରେ ସନ୍ଧ୍ୟାରେ ଘରକୁ ଫେରି କୌଣସି କାରଣରୁ ସେ, ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ । ସେଠାରେ ଡାକ୍ତର, ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବ୍ରହ୍ମପୁର ମେଡିକାଲ ଫାଣ୍ଡିରେ ଏକ ଅପମୃତ୍ୟୁ ମାଲା ରୁଜୁ କରି ଗୁରୁବାର ଶବ ବ୍ୟବଛେଦ କରାଯିବା ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ନିୟୋଜିତ ଜୈନିକ ପୁରୁଷ ସୁରକ୍ଷାକର୍ମୀ ମୃତ ଆଶାକର୍ମୀଙ୍କ ସହ ଦୀର୍ଘଦିନ ଧରି ଫୋନରେ ବାର୍ତ୍ତାଳପ କରିବା ପ୍ରସଙ୍ଗକୁ କେନ୍ଦ୍ର କରି ଏଭଳି ଏକ ଅପ୍ରିତିକର ଘଟଣା ଘଟିଥିବା ସହରରେ ଚର୍ଚ୍ଚା ଜୋର ଧରିଛି । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ