ଜଳିଗଲା କୁକୁଡା ଫାର୍ମ : ୩ ହଜାର କୁକୁଡା ଜୀବନ୍ତ ଦଗ୍ଧ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବେଲଦା ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରରେ ଏକ କୁକୁଡା ଫାର୍ମରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩ ହଜାର କୁକୁଡା ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ବେଲଦା ଗ୍ରାମର ଜେନାସାହି ପାଖରେ ବିଜୟ କୁମାର ମହାପାତ୍ରଙ୍କ କୁକୁଡା ଫାର୍ମରେ ହଠାତ୍ ଅଗ୍ନିକାଣ୍ଡ ଘଟି ପ୍ରାୟ ୩ ହଜାର କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି । ଫାର୍ମ ପାଖ ଏକ ଘରେ ବିଜୟ ଶୋଇଥିବା ବେଳେ କୁକୁଡାଙ୍କର ଶବ୍ଦ ଶୁଣି ହଠାତ୍ ଉଠି ଦେଖିଲେ ଯେ, ତାଙ୍କ ଫାର୍ମରେ ନିଆଁ ଲାଗି ଯାଇଛି । ସେ ଦମକଳ କେନ୍ଦ୍ରକୁ ଫୋନ୍ କରିବା ପରେ ଭଦ୍ରକ ଓ ଆଗରପଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା । ବିଦ୍ୟୁତ୍ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଇଛି । ବିଭିନ୍ନ ସ୍ଥାନରୁ ଋଣ ଆଣି ଏହି ଫାର୍ମ କରିଥିବା ବେଳେ ଏବେ ସେ ମୁଣ୍ଡରେ ହାତ ଦେଇଛନ୍ତି । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ