ବେଆଇନ ବାଲି ଉତ୍ତୋଳନରୁ ଅଘଟଣ : ଋଷିକୂଲ୍ୟା ନଦୀଗର୍ଭରୁ ମୃତ ଦେହ ଉଦ୍ଧାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ତଥା ପୁରୁଷୋତ୍ତମପୁର ଥାନାର ନନ୍ଦିକ ଗ୍ରାମ ଶ୍ମଶାନ ତୁଠକୁ ଗାଧୋଇବାକୁ ଯାଇ ଶନିବାର ଜଣେ ବ୍ୟକ୍ତିଙ୍କ ଋଷିକୁଲ୍ୟା ନଦୀର ଗଭୀର ଜଳରେ ବୁଡି ଶୋଚନୀୟ ମୁତ୍ଯୁ ଘଟିଛି।ମୃତକ ଜଣକ ହେଲେ ହିଞ୍ଜିଳିବ୍ଲକ ଭାବନ୍ଧ ଗ୍ରାମର ତାରିଣୀ ସାହୁ (୫୬) ।ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ପରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ନିମନ୍ତେ ପୁରୁଷୋତ୍ତମପୁର ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପୁଟିଆ ପଦର ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘରକୁ ଆସିଥିଲା ବେଳେ ନଦୀରେ ବୁଡି ପ୍ରାଣ ହରାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ପ୍ରକାରେ ମୃତ ତାରିଣୀ ଶନିବାର ମଧ୍ୟାହ୍ନ ସମୟରେ ଗାଧୋଇବା ପାଇଁ ନନ୍ଦିକ ଶ୍ମଶାନ ତୁଠକୁ ଗାଧୋଇବାକୁ ଯାଇ ଋଷିକୂଲ୍ୟା ନଦୀର ଗଭୀର ଜଳରେ ବୁଡି ଯାଇଥିଲେ।ଘରକୁ ଫେରିବାରେ ବିଳମ୍ବ ହେବାରୁ ସମ୍ପର୍କୀୟ ମାନେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ପାଇ ପାରିନଥିଲେ।ପରେ ଏକ ମୃତ ଦେହ ଋଷିକୂଲ୍ୟା ନଦୀ ଗର୍ଭରେ ଭାସୁଥିବା ଖବର ପାଇ ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଚିହ୍ନଟ କରିଛି । ନନ୍ଦିକ ଗ୍ରାମ ଋଷିକୂଲ୍ୟା ନଦୀର ଶ୍ମଶାନ ତୁଠକୁ ଗାଧୋଇବାକୁ ଯାଇ ଗତଦିନରେ କିଛି ବ୍ୟକ୍ତି ଏଭଳି ଦୁର୍ଭାଗ୍ୟଜନକ ଘଟଣାର ଶିକାର ହେଉଥିବା ଆଲୋଚନା ହେଉଛି । ଗତ କିଛି ଦିନ ତଳେ ଉନ୍ନୟନ କାର୍ଯ୍ୟ ଆଳରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଋଷିକୂଲ୍ୟା ନଦୀରୁ ଉତ୍ତୋଳନ କରିଥିଲା ବେଳେ ଏବେ ସମୟ ସୁଯୋଗ ଉଣ୍ଡି ନିଶାର୍ଦ୍ଧ ରାତ୍ରରେ ବେଆଇନ ବାଲି ଉତ୍ତୋଳନ କରି ମାଲେମାଲ ହେଉଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ନନ୍ଦିକ ଶ୍ମଶାନ ତୁଠରେ ଗାଧୋଇବାକୁ  ଆସି ବାହାର ଲୋକଙ୍କ ଏଭଳି ଶୋଚନୀୟ ମୃତ୍ୟୁ ହେଉଥିବା ବେଳେ ଆଉ କେତେ ଜଣ ଲୋକଙ୍କ ଜୀବନ ହାନୀ ଘଟିଲେ ସମ୍ପୃକ୍ତ ଅଞ୍ଚଳର ବାଲି ମାଫିଆଙ୍କ ନଜର ହଟିବ ବୋଲି ଅଞ୍ଚଳରେ ଆଲୋଚନା ହେଉଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ