ଭତ୍ତା ଅପେକ୍ଷାରେ ରୋଗଗ୍ରସ୍ତ ବାପ ଓ ଝିଅ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତର ଆୟବା ଗ୍ରାମର ରୋଗଗ୍ରସ୍ତ ବାପ ଓ ଝିଅ ଦୀର୍ଘଦିନ ହେଲା ଭତ୍ତା ଅପେକ୍ଷାରେ ଅତ୍ୟନ୍ତ ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଅଭିଯୋଗ ହୋଇଛି । ସେହି ଗ୍ରାମର ୬୫ବର୍ଷ ବୟସର ଚନ୍ଦ୍ରମଣି ମଲିକ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଆଣ୍ଠୁଗଣ୍ଠି ଓ ବାତ ରୋଗରେ ପିଡିତ ଅଛନ୍ତି । ସେହିଭଳି ତାଙ୍କ ଝିଅ ଛବି ମଳିକ (୩୬) ଶ୍ୱାସ ରୋଗରେ ପିଡିତ ହୋଇ ଅବିବାହିତା ଥାଇ ଜୀବନ ନିର୍ବାହ କରୁଛନ୍ତି । ଏହି ପରିବାରଟି ଅତ୍ୟନ୍ତ ଗରିବ ଓ ଦୁସ୍ତ ଭାବେ ଜୀବନ ବିତାଉ ଥିବାବେଳେ ପ୍ରଶାସନ ପକ୍ଷରୁ ଏହି ବାପ ଓ ଝିଅଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ