ସମବାୟ ସମିତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକରେ ଥିବା ୮ଗୋଟି ସମବାୟ ସମିତିର ନିର୍ବାଚନ ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଛି । ଡଅଁର ସମବାୟ ସମିତିରେ ଶାନ୍ତି ଶୃଙ୍ଖଳାର ସହ ଆଜି ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି । ନିର୍ବାଚନ ଅଧିକାରୀ ନିତ୍ୟାନନ୍ଦ ଦେହୁରୀ ଓ ସମ୍ପାଦକ ଉମାକାନ୍ତ ନାୟକ ଉପସ୍ଥିତ ରହି ପ୍ରାର୍ଥୀ ମାନଙ୍କ ଠାରୁ ନାମାଙ୍କନପତ୍ର ଗ୍ରହଣ କରିଥିଲେ । ଏହି ସମିତିର ୧୫ଟି ଜୋନ ପାଇଁ ମୋଟ ୩୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ସୁଚନା ଦେଇଛନ୍ତି । ଆଜି ବିଜେଡି ସମର୍ଥକ ପ୍ରାର୍ଥୀମାନେ ମା ଭାଟିଆଶୁଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରି ଏକ ପଟୁଆରରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ । ଏହି ସମୟରେ ଯୋଗେନ୍ଦ୍ର ବେହେରା, ପୁର୍ବତନ ସଭାପତି ରଞ୍ଜନ ପହି, ଅମରେନ୍ଦ୍ର ଧଳ, ବିରେନ୍ଦ୍ର ବିଶ୍ୱାଳ, ବାପୁ ଦେଓ, ରଙ୍ଗାଧର ମଲ୍ଲିକ, ବିମଳ ପାତ୍ର, ପ୍ରଦୀପ ଜେନା, ମହେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସଢ଼ା ସମବାୟ ସମିତିରେ ନିର୍ବାଚନ ପ୍ରକ୍ରୀୟା ଆରମ୍ଭ ହୋଇଛି । ଆଜି ନାମାଙ୍କନପତ୍ର ଦାଖଲର ଦିନ ଧାର୍ଯ୍ୟ ହୋଇଥିବାବେଳେ ଆସନ୍ତା ୨୮ତାରିଖରେ ଯାଞ୍ଚ, ୨ତାରିଖରେ ପ୍ରତ୍ୟାହର ଓ ୧୯ତାରିଖରେ ଭୋଟ ହେବାପାଇଁ ଦିନଧାର୍ଯ୍ୟ ହୋଇଛି । ଆଜି ନାମାଙ୍କନପତ୍ର ଦାଖଲରେ ବରିଷ୍ଠ କଂଗ୍ରେସ ନେତା ଅଲେଖ ଚନ୍ଦ୍ର ମଲ୍ଲିକ, ଶ୍ରୀଧର ଜେନା, କୈଳାଶ ନାୟକ, ବନମାଳୀ ଦାସ, ଅନନ୍ତ ପହି, ସତ୍ୟାନନ୍ଦ ପହି, ଅନିରୁଦ୍ଧ ଜେନାଙ୍କ ସମେତ ୩୧ଜଣ ପ୍ରାର୍ôଥ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ, ସମ୍ପାଦକ ବିଭୁତି ଭୂଷଣ ସେଠୀ ଉପସ୍ଥିତ ରହି ନାମାଙ୍କନପତ୍ର ଗ୍ରହଣ କରିଛନ୍ତି । ସେହିପରି ମରୈଗାଁ ସମବାୟ ସମିତିରେ ନିର୍ବାଚନ ପାଇଁ ଆଜି ୧୮ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରୁ ୧୧ଟି ଜୋନରେ ବିନା ପ୍ରତିଦ୍ୱନ୍ଦିତା ହୋଇଥିବାବେଳେ ୪ଟି ଜୋନରେ ଏକାଧିକ ପ୍ରାର୍ଥୀ ପାର୍ଥୀପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଏକାଦଶୀ ଜେନା ଓ ସମ୍ପାଦକ ଶରତ କୁମାର ସେଠୀ ସୁଚନା ଦେଇଛନ୍ତି ।


