ଚୋରୀ ସୁନାମୁଦି ସହ ନଗଦ ଟଙ୍କା ଉଦ୍ଧାର : ଚୋର ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଥାନା ପକ୍ଷରୁ ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ଚୋରକୁ ଗିରଫ କରିବା ସହ ଅଭିଯୋଗକାରୀଙ୍କୁ ସେମାନଙ୍କ ସାମଗ୍ରୀ ଫେରସ୍ତ କରିଥିବାର ଜଣାପଡିଛି । କାଶୀନଗର ଥାନାରେ ୫୧/୨୨ ନମ୍ବରରେ ଏକ ଛିନତାଇ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଦନ୍ତ ଜାରିରହିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଯାଇଥିଲା । ତଦନ୍ତ ଓ ଅନୁସନ୍ଧାନ ପ୍ରକାରେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଟେକାଲି ଗ୍ରାମର ପଟୁ ରାଜୁ ଚୋରି କରିଥିବାର ଜାଣି ତାକୁ ଗିରଫ କରି ଚୋରି ହୋଇଥିବା ଦୁଇ ଗୋଟି ମୁଦି ଯାହାକି ପ୍ରାୟ ୧ତୋଳାରୁ ଉର୍ଦ୍ଧ ହେବ ଏବଂ ନଗଦ ୨୦୦୦ ହଜାର ଟଙ୍କା ଉଦ୍ଧାର କରି ଅଭିଯୋଗକାରୀ କାଶୀନଗର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ନେମିଟି ମହେଶଙ୍କୁ କାଶୀନଗର ଥାନା ଅଧିକାରୀ ଶ୍ରୀ ସାହୁ ଚୋରି ହୋଇଥିବା ସାମଗ୍ରୀ ସହ ନଗଦ ଟଙ୍କା ପ୍ରଦାନ କରିଥିବାର ଜଣାପଡିଛି । ଅଭିଯୁକ୍ତ ପଟୁ ରାଜୁକୁ କୋର୍ଟ ଚାଲାଣ କରିଥିବାର ସୂଚନା ପ୍ରଦାନ କରାଯାଇଛି । ପୋଲିସର ଏପରି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବାର ଜଣାପଡିଛି ।


