ଅବକାରୀ ଚଢଉ : ଗଞ୍ଜେଇ, ଦେଶୀ ମଦ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଗତ କିଛି ଦିନ ହେଲା ଜିଲ୍ଲା ବିଭି୍‌ନ ସ୍ଥାନରେ ମିଳିତ ଅବକାରୀ ଚଢାଉ ଜାରି ରହିଛି । ଚଢଉ କରାଯାଇଥିବା ସ୍ଥାନ ଗୁଡିକ ହେଲା ପାରଳା ଜାଗିଲି ସାହି, ଖଞ୍ଜା ମାଦିକା ସାହି ଓ ସାତମାଇଲ ଛକ, ରାମଗରି ଆରସି ସାହି, ଲାଲୁ ସାହି, ବାପନପଦା, ଖମାରି ସାହି, ନୂଆସାହି, କୁଶପଲ୍ଲୀ, ରିଚାଗୁଡା, ବିସିରିଙ୍ଗ ପ୍ରଭୃତି ସ୍ଥାନ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହି ଚଢଉରେ ମୋଟ ୫୫୪୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୨୫୦ ଲିଟର ଚୋରା ଦେଶୀ ରନ୍ଧା ମହୁଲ ମଦ, ୧୧କେଜି ୧୦୦ଗ୍ରାମ ଗଞ୍ଜେଇ, ଗୋଟିଏ ସ୍କୁଟି, ଗୋଟିଏ ମୋଟର ସାଇକଲ, ୨୨ ଗୋଟି ଡ୍ରମ ସହ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି । ଏହି ସମସ୍ତ ଜିନିଷର ଆନୁମାନିକ ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ । ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିବା ଆସାମୀ ମାନେ ହେଲେ ମୋହନା ଥାନା ଅନ୍ତର୍ଗତ ଜିଗାରସିଂ ଗ୍ରାମର ବାଜି ଗମାଙ୍ଗ, ପାରଳାଖେମୁଣ୍ଡି ସହରର ସୁବାଷ ନଗରର ପୂର୍ଣ୍ଣ ଶ୍ରୀରାମ, ବିସିରିଙ୍ଗି ଗ୍ରାମର ପିଲକ୍ଷ୍ମୀ ପ୍ରମୁଖ ବୋଲି ଜଣାପଡିଥିବା ବେଳେ ଏମାନଙ୍କ ଠାରୁ ପୃଥକ ପୃଥକ ଭାବେ ଗଞ୍ଜେଇ, ରନ୍ଧା ମଦ, ମହୁଲି ମଦ ଆଦି ଧରାପଡିଥିଲା । ଏହି ଚଢଉରେ ଅବକାରୀ ନିରୀକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, ଏସ୍‌ଆଇ କିଶୋର ଚନ୍ଦ୍ର ରଥ, ଆର୍‌.ଉଦୟଗିରି ଅବକାରୀ ଥାନର ବିଙ୍ଗରାଜ ଦାମୀ, ପାରଳାଖେମୁଣ୍ଡି ଅବକାରୀ ଥାନର ଚିତ୍ତ ରଞ୍ଜନ ଜେନା, ଏଏସ୍‌ଆଇ ଘନଶ୍ୟାମ ଜେନା, ମୋଜି ଶବର, କାହ୍ନୁ ଚରଣ ବଡଦଳେଇ ପ୍ରମୁଖଙ୍କ ସହ ସମସ୍ତ ଅବକାରୀ ଥାନାର କର୍ମଚାରୀମାନେ ଉପସ୍ଥିତଥିଲେ । ଏଭଳି ଚଢଉ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ