କାଳବୈଶାଖୀରେ ଗଛ ପଡି ରାସ୍ତା ଅବରୋଧ କରିଥିବା ଗଛ ଗୁଡିକୁ ଅଗ୍ନିଶ୍ରମ ବିଭାଗ ଦ୍ୱାରା ସଫେଇ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗତକାଲି ଛତ୍ରପୁର ରେ କାଳ ବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ପ୍ରବଳ ଝଡତୋଫାନ ହୋଇଥିଲା । ଫଳରେ ରାସ୍ତା ପାଶ୍ୱର୍ରେ ଥିବା ଗଛ ର ଡାଳ ଗୁଡିକ ମୁଖ୍ୟ ରାସ୍ତାରେ ପଡି ରାସ୍ତା ଅବରୋଧ ସାଙ୍ଗକୁ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଥିଲା । ଏହି ପରିପ୍ରେକ୍ଷୀରେ ରବିବାର ଛତ୍ରପୁର ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଆସିଷ୍ଟାଣ୍ଟ ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସହରର ଷ୍ଟେସନ ରୋଡ୍ ଠାରେ ପହଂଚି ଗଛ ଗୁଡିକ କାଟି ସଫା କରିଥିଲେ । ଫଳରେ ଯାତାୟତ ସ୍ୱାଭାବିକ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଗ୍ନିକ ପ୍ରଭାକର ଜେନା, ଆଗ୍ନିକ ଡ୍ରାଇଭର ଚନ୍ଦ୍ର ଶେଖର ସାମନ୍ତରାୟ, ଆଗ୍ନିକ ଦିପୁନନ୍ଦ ମଲ୍ଲିକ, ଜଗନ୍ନାଥ ଦାସ, ଗୋବର୍ଦ୍ଦନ ବେହେରା ପ୍ରମୁଖ ସାମିଲ ଥିଲେ ।


