ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ରାଜ୍ୟ ସଂଘର ଉପଦେଷ୍ଟା ଚନ୍ଦ୍ରଶେଖର ମହାପାତ୍ରଙ୍କ ସଭାପତିତ୍ୱରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ଏକ ସାମ୍ବିଧାନିକ ସମ୍ମିଳନୀ ଗରାପୁରସ୍ଥିତ ପ୍ରାଥମିକ ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ଶାଖାର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ପ୍ରଶାନ୍ତ ଶତପଥୀ, ରାଜକିଶୋର ପ୍ରଧାନ, ଶିଶିର ଦାସ, ଅମୀୟ ଚୌଧୁରୀ, ବିଶ୍ୱବନ୍ଧୁ ଜେନା, ସେକ୍ ଖତିବ୍, ଅନ୍ତର୍ଯ୍ୟାମୀ ମଳିକ, ଅକ୍ଷୟ ଦାସ, ଅନୀଲ ଦାଶ, ଚିତ୍ତରଞ୍ଜନ ରାଉଳ, ବିଶ୍ୱରଞ୍ଜନ ଦାଶ, ଜୟନ୍ତ ମଲ୍ଲିକ, ନରେନ୍ଦ୍ର ପରିଡ଼ା, ଦିବାକର ରାଉତ ପ୍ରମୁଖ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତିରେ ଜିଲ୍ଲା ସଂଘର ନୂତନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରାଯାଇଥିଲା । ସଙ୍ଘର ସଭାପତି ଭାବେ ଅନନ୍ତ କୁମାର ପରିଡ଼ା, ସାଧାରଣ ସଂପାଦକ ଅଶ୍ୱିନୀ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମଳିକ, ସଂଗଠନ ସଂପାଦକ ହରି ଶଙ୍କର ତରାଇ, ଉପ-ସଭାପତି ଅଭୟକାନ୍ତ ରାଉତ, କାକୁଲି ମଳ୍ଲିକ, ଅନିଲ କୁମାର ନନ୍ଦ, ନରେନ୍ଦ୍ର ପାଢ଼ୀ, ସହ-ସଂପାଦକ ଦିବାକର ରାଉତ, ଶୁଭଶ୍ରୀ ମାଝି, ମିର୍ଜା ଅଲିମ୍, ସଚିଦାନନ୍ଦ ମିଶ୍ର, ରୁପମା ଗୁରୁ, କୋଷାଧ୍ୟକ୍ଷ ଖଗେଶ୍ୱର ସାମଲ, ସମୀକ୍ଷକ ଶିବପ୍ରସାଦ ମିଶ୍ର, ମୁଖପାତ୍ର ଭକ୍ତରଞ୍ଜଜନ ସ୍ୱାଇଁ ଓ ଗଣମାଧ୍ୟମ ସଂଯୋଜକ ଭାବେ ସେକ୍ ମହମ୍ମଦ ଫାୟାଜୁଦ୍ଦିନଙ୍କୁ ସର୍ବସମ୍ମତ୍ତି କ୍ରମେ ନିର୍ବାଚିତ କରାଯାଇଥିଲା । ସଂଘର ଉପଦେଷ୍ଟା ଭାବେ ଚନ୍ଦ୍ରଶେଖର ମହାପାତ୍ର, ଅନୀଲ ଦାଶ, ରାଜକିଶୋର ପ୍ରଧାନ, ଜୟଦେବ ମଣ୍ଡଳଙ୍କୁ ମଧ୍ୟ ମନୋନୀତ କରାଯାଇଥିଲା । ଶିକ୍ଷକମାନଙ୍କ ହକ୍ ପାଇଁ ସଂଘ ବ୍ଲକସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସଂଗ୍ରାମ ଜାରି ିରଖିବାକୁ ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସଙ୍ଘର ମୁଖ୍ୟ ଉପଦେଷ୍ଟା ଚନ୍ଦ୍ରଶେଖର ମହାପାତ୍ର ଶପଥ ପାଠ କରାଇଥିଲେ । ପୁରୁଣା ପେନ୍ସନ୍ ଲାଗୁ ପାଇଁ ଆଗାମୀ ଦିନରେ ବ୍ଲକସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସରକାରଙ୍କ ପାଖରେ ଦାବି କରିବା ସହ ଏହି ଦାବି ହାସଲ ନିମନ୍ତେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ନବ ନିର୍ବାଚିତ ସଭାପତି ଶ୍ରୀ ପରିଡ଼ା ଓ ସାଧାରଣ ସଂପାଦକ ଶ୍ରୀ ରାଉତ ତାଙ୍କ ଅଭିଭାଷଣରେ ସମବେତ ଶିକ୍ଷକ ନେତୃମଣ୍ଡଳୀକୁ ସମ୍ବୋଧିତ କରିଥିଲେ । ପୁରୁଣା ପେନ୍ସନ୍ ଲାଗୁ ପାଇଁ ରାଜ୍ୟସ୍ତରୀୟ ନୂତନ ପେନ୍ସନ୍ ଯୋଜନାଭୁକ୍ତ କର୍ମଚାରୀଙ୍କ ମହାସମାବେଶକୁ ସଂପୂର୍ଣ୍ଣ ସହଯୋଗ କରି ଦାବି ହାସଲ ନିମନ୍ତେ ନବନିର୍ବାଚିତ କର୍ମକର୍ତ୍ତା ଉଦ୍ବୋଧନ ଦେଇଥିଲେ । ପରିଶେଷରେ ପଟ୍ଟାମୁଣ୍ଡାଇ ବ୍ଲକ ସଂଘର ସଭାପତି ବିଶ୍ୱରଂଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।