ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ : ଖାଲି ଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଅଭିଭାବକ ଙ୍କ ଗୁରୁତ୍ୱାରୋପ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇ ଯାଇଛି l ଏଥିରେ ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ସାହୁ ଙ୍କ ସଭାପତିତ୍ୱରେ  ସଭା କାର୍ଯ୍ୟ ପରିଚାଳନା ହୋଇଥିଲା | ମୁଖ୍ୟ ଅତିଥି ଭାବେ ସୀତା ମଲିକ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ପ୍ରସାଦ ଲେଙ୍କା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବଳରାମ ବେହେରା ପ୍ରମୁଖ ଯୋଗ ଦେଇ ପ୍ରଧାନ ଶିକ୍ଷକ ଉତ୍ତର କୁମାର ସାହୁଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏହି ଉତ୍ସବରେ ବହୁ କର୍ମଜୀବି ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ,ଅଭିଵାବକ ତଥା ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ l ପ୍ରକାଶ ଥାଉକି,ବାଲିଗୁଡା ବ୍ଲକ ରେ ବର୍ତ୍ତମାନ ୬ ଜଣ ଶିକ୍ଷକ ଅବସର ଗ୍ରହଣ କରିଥିବା ବେଳେ ଶିକ୍ଷକ ପଦବୀ ଖାଲି ପଡିଲା, ଯାହାକି, ଶିକ୍ଷା ଦାନ କ୍ଷେତ୍ର ରେ ଅନ୍ତରାୟ ସୃଷ୍ଟି ହେଉଥିବା ବେଳେ ନୂତନ ଶିକ୍ଷକ ନିଯୁକ୍ତି କରାଯାଉନାହିଁ l ଯାହା ଫଳରେ ସରକାରୀ ବିଦ୍ୟାଳୟ ପ୍ରତି ଅଭିଭାବକ ଙ୍କ ସ୍ପୃହା କମିବାରେ ଲାଗିଛି l ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବାଲିଗୁଡା ବ୍ଲକ ଅଞ୍ଚଳ ରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଅଞ୍ଚଳ ବାସୀ ଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ