ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ସହ ଯୋଡ଼ି ହେଲା ବିଜେପି ସଦର ଶାଖା

ବାଲେଶ୍ୱର, (ସରୋଜ ପଣ୍ଡା) :-କେନ୍ଦ୍ରର ମୋଦି ସରକାରଙ୍କ ୮ବର୍ଷ ପୂର୍ତ୍ତି ଅବସରରେ ଗରିବ କଲ୍ୟାଣ ପର୍ବ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୧ତମ କିସ୍ତି ପ୍ରଦାନର ସିଧା ପ୍ରସାରଣ ଲାଇଭ କାର୍ଯ୍ୟକ୍ରମ ସଦର ବ୍ଲକ ଅନ୍ତର୍ଗତ ଓଳନ୍ଦାସାରଗାଁ ପଞ୍ଚାୟତରେ ଅନୁଷ୍ଠିତ ହୋଇାଇଛି । ବିଜେପି ସଦର ନିର୍ବାଚନମଣ୍ଡଳୀ ନେତା ତଥା ରାଜ୍ୟ ଯୁବମୋର୍ଚ୍ଚାର ଉପ-ସଭାପତି ମାନସ କୁମାର ଦତ୍ତ ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ୧୧ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୧୧ତମ କିସ୍ତି ୨୦୦୦ ହଜାର ଟଙ୍କା ଲେଖାଏଁ ୨୧ହଜାର କୋଟି ଟଙ୍କା ଦେଶର ସମସ୍ତ ହିତାଧିକାରୀଚାଷୀଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଚାଷୀ ତାଲିକା ଦେବାରେ ଟାଳଟୁଳ ନୀତି ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ବାଟମାରଣା କରିବା ଯୋଗୁଁ ସାଧାରଣ ଲୋକ ନିଜ ହକରୁ ବଞ୍ଚିତ ହେଉଛନ୍ତି ବୋଲି ଶ୍ରୀ ଦତ୍ତ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ, ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ଅଶୋକ ଦାସ, ମାନସ ନାୟକ, ମଣ୍ଡଳ ସାଧାରଣ ସମ୍ପାଦକ ପିତାମ୍ଭର ଭୂୟାଁ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ରାଜେନ୍ଦ୍ର ଚାଟାର୍ଜୀ, ଦିଲୀପ ପ୍ରଧାନ, ମନ୍ମଥ ନାୟକ, ମାୟାଧର ପ୍ରଧାନ, ରାମ ବୈଠ, ବାପି ତପସ୍ୱୀ ପ୍ରମୁଖ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ