ବ୍ରହ୍ମଚର୍ଯ୍ୟ ହିଁ ମଣିଷ କୁ ଶ୍ରୁଙ୍ଖଳିତ କରେ : ସ୍ଵାମୀ ଶର୍ମିଷ୍ଠାନନ୍ଦ ସରସ୍ଵତୀ
ମୋହନା, (ଅଂଶୁମାନ ପଣ୍ଡା) :-ହିଲ ଟପ ସ୍ନାତକ ମହାବିଦଳୟ ରେ ଯୁବ ସଂସ୍କାର କାର୍ଯକ୍ରମ : ମୋହନା ବ୍ରହ୍ମଚର୍ଯ୍ୟ ହିଁ ମଣିଷ କୁ ଶ୍ରୁଙ୍ଖଳିତ କରେ I ଛାତ୍ର ଛାତ୍ରୀ ପାଇଁ ବ୍ରହ୍ମଚର୍ଯ୍ୟ ପାଳନ ଏକାନ୍ତ କାମ୍ୟ I ଏଥି ଦ୍ଵାରା ଜଣେ ଭଲ ମଣିଷ ହୋଇପାରିବେ ବୋଲି ମୋହନା ସ୍ଥିତ ହିଲ ଟପ ସ୍ନାତକ ମହାବିଦାଳୟ ରେ ଆୟୋଜିତ ଯୁବ ସଂସ୍କାର କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵାମୀ ଶର୍ମିଷ୍ଠ I ନନ୍ଦ ସରସ୍ଵତୀ ( ରୁଷିକେସ ) ମତବ୍ୟକ୍ତ କରିଥିଲେ I ମହାବିଦାଳୟ ର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ୟୋଳନ କରି ମୁଖ୍ୟ ଅତିଥି ସ୍ଵାମିଜୀ ଉଦଘାଟନ କରିଥିଲେ I ପ୍ରାରମ୍ଭ ରେ ଅଧ୍ୟାପକ ଡକ୍ଟର ପ୍ରାଣବାନନ୍ଦ ପଟ୍ଟଜୋଶୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡକ୍ଟର ମନୋରଞ୍ଜନ ପାଣିଗ୍ରାହୀ , ଆଧ୍ୟାପିକା ସ୍ୱାୟପ୍ରଭା ସାହୁ , ଶ୍ରୀମତୀ ରୀତକୁମାରୀ ଶତପଥୀ , ଶ୍ରୀ ଶିବା ଶଙ୍କର ଶୁକବିନ୍ଦର ସିଂହ , ଶ୍ରୀ ବସନ୍ତ କୁମାର ବେହେରା ପ୍ରମୁଖ ସଭା ପରିଚାଳନା ରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ରେ +୩ ପ୍ରଥମ ବର୍ଷ ର ବହୁ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ I