ରୟତ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଜୈବିକ ଖତ ପାଇଁ ଧନୀଚା ବିହନ ଯୋଗାଇବା ସଙ୍ଗେ ସଙ୍ଗେ ଚାଷୀଙ୍କ ଚାହିଦା ମୁତାବକ ଧାନ ବିହନ ଯୋଗାଇ ଦିଆଯିବା, ସମସ୍ତ ଶାଖା କେନାଲ ମରାମତି କରାଯାଇ ତଳି ଅଂଚଳକୁ ପାଣି ଯୋଗାଇଦେବା, ସମସ୍ତ ଉଠା ଜଳ ସେଚନ ଗୁଡିକ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବା, ଚାଷୀ ଓ ସମସ୍ତ ଭାଗଚାଷୀ ମାନଙ୍କୁ ଚିହ୍ନଟ କରି କୃଷି ଋଣ ପ୍ରଦାନ କରାଯିବା, ବାରହା ଉପଦ୍ରବରୁ ଫସଲ ସୁରକ୍ଷା କରାଯିବା, ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନଙ୍କୁ କ୍ଷତିପୂରଣ ଦେବା ସଙ୍ଗେ ସଙ୍ଗେ ଫସଲ ବୀମା ପ୍ରିମିୟମ ଦେଇଥିବା ଚାଷୀଙ୍କୁ ଫସଲ ବୀମା ସହାୟତା ଦେବା ପାଇଁ ନିର୍ଦ୍ଦେଶ ଦିଆଯିବା, ଫସଲକୁ ବନ୍ୟା ଦାଉରୁ ସୁରକ୍ଷା ଦେବା ନିମନ୍ତେ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥାତୁରନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା, ପ୍ରତି ପଂଚାୟତ ସ୍ତରରେ କୃଷି ସହାୟକ କେନ୍ଦ୍ର ଖୋଲାଯାଇ ବିଭିନ୍ନ ଜୈବିକ ସାର, ଔଷଧ ଓ କୃଷି ଯନ୍ତ୍ରପାତି ରିହାତିରେ ଯୋଗାଇ ଦିଆଯିବା ଦାବି ନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଏକ ଦାବି ପତ୍ର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ପ୍ରଦାନ କରାଯାଇଛି । ସେହିପରି ଋଷିକୁଲ୍ୟା ନଦୀକୁ ଚିରସ୍ରୋତା କରି ଜିଲ୍ଲାରେ ଦୋ ଫସଲ ଚାଷର ସୁବିଧା କରିବା ନିମନ୍ତେ ଅନ୍ୟ ଏକ ସ୍ମାରକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସାଧାରଣ ସମ୍ପାଦକ ସିମାଂଚଳ ନାହାକ ଓ ଉପସଭାପତି ମୋହନ ପଢିଆରୀଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।


