ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଗଣମାଧ୍ୟମକୁ ସମ୍ବୋଧନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ଚଳିତ ଅଧିବେଶନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଛନ୍ତି କାରଣ ଏହା ହେବ ରାଜ୍ୟସଭାର ୨୫୦ତମ ଅଧିବେଶନ ଏବଂ ଭାରତୀୟ ସମ୍ବିଧାନର ୭୦ତମ ବାର୍ଷିକୀ । ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ।
ଭାରତକୁ ପ୍ରଗତି ପଥରେ ଆଗେଇ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ରାଜ୍ୟସଭାକୁ ପ୍ରଶଂସା କରି ସେ କହିଥିଲେ, ବନ୍ଧୁଗଣ, ୨୦୧୯ ପାଇଁ ଏହା ହେଉଛି ସଂସଦର ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ କାରଣ ଏହା ରାଜ୍ୟସଭାର ୨୫୦ତମ ଅଧିବେଶନ, ଯାହାକି ଭାରତର ବିକାଶ ଓ ଉନ୍ନତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ନଭେମ୍ବର ୨୬ରେ ଭାରତ ଏହାର ୭୦ତମ ସମ୍ବିଧାନ ଦିବସ ପାଳନ କରିବ । ଭାରତୀୟ ସମ୍ବିଧାନକୁ ନଭେମ୍ବର ୨୬, ୧୯୪୯ରେ ପ୍ରଣୟନ କରାଯାଇଥିଲା ଏବଂ ଚଳିତ ବର୍ଷ ଏହାର ୭୦ ବର୍ଷ ପୁରଣ ହେଉଛି । ପ୍ରଧାନମନ୍ତ୍ରୀ କହିଲେ ଯେ ସମ୍ବିଧାନ ହେଉଛି ଏକ ମହାନ ତତ୍ତ୍ଵ ଯାହାକି ଭାରତର ଏକତା, ସଂହତି ଓ ବିବିଧତାକୁ ରକ୍ଷା କରିଥାଏ । ନଭେମ୍ବର ୨୬ରେ ସମ୍ବିଧାନ ପ୍ରଣୟନ ହେବାର ୭୦ ବର୍ଷ ପୁରଣ ହେବା ଅବସରରେ ଆମେ ୭୦ତମ ସମ୍ବିଧାନ ଦିବସ ପାଳନ କରିବା । ସମ୍ବିଧାନ ଦେଶର ଏକତା, ସଂହତି ଓ ବିବିଧତାକୁ ରକ୍ଷା କରିଥାଏ । ଏହା ମଧ୍ୟ ଭାରତର ସୌନ୍ଦର୍ୟ୍ୟକୁ ରକ୍ଷା କରେ । ଦେଶକୁ ପ୍ରଗତି ପଥରେ ନେଇଯିବା ପାଇଁ ଏହା ହେଉଛି ଏକ ଶକ୍ତି । ସଂସଦର ଚଳିତ ଅଧିବେଶନ ଆମ ସମ୍ବିଧାନର ୭୦ ବର୍ଷ ପାଇଁ ଜନସାଧାରଣଙ୍କ ନିମନ୍ତେ ଏକ ସଚେତନତାର ଉତ୍ସ ହେବା ଉଚିତ । ସେମାନଙ୍କ ଆଲୋଚନାରୁ ଶ୍ରେଷ୍ଠ ନିଷ୍କର୍ସ ପାଇବା ପାଇଁ ପୂର୍ବ ଅଧିବେଶନ ଭଳି ବିଭିନ୍ନ ଚର୍ଚ୍ଚାରେ ସକାରାତ୍ମକତାର ସହ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦମାନଙ୍କୁ ଅନୁରୋଧ କରିଥିଲେ ଯାହା ଫଳରେ କି ଦେଶର ପ୍ରଗତି ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ । ଗତ କିଛି ଦିନ ମଧ୍ୟରେ ପ୍ରାୟ ସମସ୍ତ ଦଳର ନେତାମାନଙ୍କୁ ଭେଟିବାର ସୁଯୋଗ ଆମକୁ ମିଳିଛି। ଗତ ଅଧିବେଶନ, ଯାହାକି ସରକାର ଗଠନ ହେବାର ଠିକ ପରେ ପରେ ବସିଥିଲା, ଏହି ଅଧିବେଶନରେ ମଧ୍ୟ ସମସ୍ତ ସାଂସଦ ସକ୍ରିୟତା ଓ ସକାରାତ୍ମକତାର ସହ ଅଂଶଗ୍ରହଣ କରିବା ଉଚିତ । ଗତ ଅଧିବେଶନରେ ମଧ୍ୟ ଅଦ୍ଭୁତପୂର୍ବ ସଫଳତା ମିଳିଥିଲା । ସର୍ବସାଧାରଣରେ ମୋତେ ସ୍ୱୀକାର କରିବାକୁ ପଡୁଛି ଯେ ଏହି ସଫଳତା କେବଳ ସରକାରଙ୍କର ନୁହେଁ କିମ୍ବା ଶାସକ ଦଳର ନୁହେଁ, ବରଂ ସମଗ୍ର ସଂସଦର । ସମସ୍ତ ସଦସ୍ୟ ହେଉଛନ୍ତି ପ୍ରକୃତରେ ଏହି ସଫଳତାର ଅଧିକାରୀ । ମୁଁ ପୁଣିଥରେ ସାଂସଦମାନଙ୍କୁ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ କୃତଜ୍ଞତା ଜ୍ଞାପନ କରୁଛି ଏବଂ ଆଶା କରୁଛି କି ଦେଶର ପ୍ରଗତି ପାଇଁ ଚଳିତ ଅଧିବେଶନରେ ମଧ୍ୟ ନୂତନ ଉତ୍ସାହର ସହିତ କାର୍ୟ୍ୟ କରିବେ । ସମସ୍ତ ବିଷୟରେ ଆମେ ଆଲୋଚନା ଚାହୁଁ ଏବଂ ସପକ୍ଷରେ ହେଉ କିମ୍ବା ବିପକ୍ଷରେ ହେଉ ଭଲ ବିତର୍କ ହେବା ଆବଶ୍ୟକ ଏବଂ ଦେଶର ପ୍ରଗତିପାଇଁ ଶ୍ରେଷ୍ଠ ସମାଧାନ ପନ୍ଥାକୁ ବ୍ୟବହାର କରିବା ଆବଶ୍ୟକ ।