ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନର ଧାରଣା

ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ବାଲିକୁଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳୁ ବିଭିନ୍ନ ପ୍ରକାର ଦାବିନେଇ ଧାରଣାରେ ବସିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଚାଷୀମାନଙ୍କ ଫସଲକୁ ଅମଳସମୟରେ ପ୍ରତିବର୍ଷ ନଷ୍ଟ କରୁଛି । ଏସବୁ ଦେଖି ଉଭୟ ସରକାର ସ୍ଥାଣୁ ଓ ନିରବ ଦ୍ରଷ୍ଟା ପାଲଟିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ କୃଷକ ସଂଗଠନର ବିରୋଧ କରିବା ସହିତ ଚାଷୀମାନଙ୍କୁ ଯଥାଶୀଘ୍ର କ୍ଷତି ପୂରଣ ଦେବାକୁ ନବନିର୍ମାଣ କୃଷକ ସଂଗଠନ ଅନେକ ଦିନରୁ ଦାବିକରୁଛି। ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଦୁର୍ଗାଚରଣ ସ୍ବାଇଁ ନେତୃତ୍ବରେ ବିଭିନ୍ନ ପ୍ରକାର ଦାବିନେଇ ବାଲିକୁଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।ବିହନ ସାର ପ୍ରଭୃତି ଆଦି ଚାଷୀମାନଙ୍କୁ ମାଗଣାରେ ଯୋଗାଇ ଦେବାକୁ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ