ବହୁ ଆଡମ୍ବରରେ ଜାଡିମ୍ମା ଠାକୁରାଣୀ ପର୍ବ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଦେବିତୀ ଗ୍ରାମରେ ଜାଡମ୍ମା ଠାକୁରାଣୀ ପର୍ବ ବହୁ ଆଡମ୍ବରରେ ପାଳିତ ହେଉଥିବାର ଲକ୍ଷ୍ୟ କରାଯାଉଛି । ଏହି ଯାତ୍ରା ଆଜି ୪ଦିନରେ ପହଞ୍ଚିଥିବା ବେଳେ ଆସନ୍ତା ୭ତାରିଖରେ ଉଦ୍ଯାପନ ହେବ ବୋଲି ଜଣାପଡିଛି । ପ୍ରତି ଦିନ ସକାଳ ସମୟରେ ଘଟହାଣ୍ଡି ଗୁଡିକୁ ଧୂପ, ଦୀପ, ଭୋଗ ସାମଗ୍ରୀ ସହ ପୂଜାର୍ଚ୍ଚନା କରିଥାନ୍ତି ଏବଂ ସନ୍ଧ୍ୟା ୬ଘଣ୍ଟା ଠାରୁ ପ୍ରାୟ ରାତ୍ର ୧୧ ଘଣ୍ଟା ପର୍ଯ୍ୟନ୍ତ ଠାକୁରାଣୀ ମାଁଙ୍କର ଗ୍ରାମ ପରିକ୍ରମା କରାଯାଉଛି । ଏଥି ଉପଲକ୍ଷେ ସମଗ୍ର ଗ୍ରାମ ଆଲୋକମାଳରେ ସାଜସଜ୍ଜା କରାଯାଇ ଜାକଜକମରେ ପାଳନ କରାଯାଉଛି । ଏଥିଲାଗି ଦେବିତୀ ଗ୍ରାମ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବହୁ ଜନସାଧାରଣ ଏଥିରେ ଯୋଗଦେଇ ପୂଜାର୍ଚ୍ଚନା କରୁଥିବାର ଲକ୍ଷ୍ୟ କରାଯାଇଛି ।


